ଭୁବନେଶ୍ୱର: ଭାରତୀୟ ବଜାରରେ ମହିନ୍ଦ୍ରା ଏକ ନୂତନ ଇଲେକ୍ଟ୍ରିକ୍ ୩ ଚକିଆ ଇ-ଆଲଫା କାର୍ଗୋ ଅଟୋ ଲଞ୍ଚ କରିଛି । ଏହି ଗାଡିର ମୂଲ୍ୟ ଦିଲ୍ଲୀରେ ୧.୪୪ ଲକ୍ଷ ଟଙ୍କା ରଖାଯାଇଛି । କେବଳ ୫୯ ପଇସାରେ ଆପଣ ୧ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବେ ବୋଲି କମ୍ପାନୀ ଦାବି କରିଛି।
ପୂର୍ଣ୍ଣ ଚାର୍ଜରେ ଗାଡିଟି ୮୦ କିଲୋମିଟର ପରିସର ପ୍ରଦାନ କରେ। ଏହି ତିନି ଚକିଆ ଗାଡିର ଘଣ୍ଟାପ୍ରତି ସର୍ବାଧିକ ବେଗ ହେଉଛି ୨୫ କିଲୋମିଟର ।
ଏଥିରେ ଏକ ସମ୍ପୂର୍ଣ୍ଣ ଡିଜିଟାଲ୍ କ୍ଲଷ୍ଟର ଦିଆଯାଇଛି । ୩୧୦ କିଲୋଗ୍ରାମର ଭାର ସହିତ ଏଥିରେ ଆପଣ ଏକ ବଡ଼ ଏବଂ ଚଉଡା କାର୍ଗୋ ଟ୍ରେ ପାଇବେ । ଏହା ସହ ମହିନ୍ଦ୍ରା ଏକ ଅଫ୍ ବୋର୍ଡ 48V / 15A ଚାର୍ଜର ପ୍ରଦାନ କରୁଛି, ଯାହା ମୋବାଇଲ୍ ଫୋନ୍ ଚାର୍ଜ କରିବା ଭଳି ଇ ଆଲଫା କାର୍ଗୋକୁ ଚାର୍ଜ କରିପାରିବେ ।