ଲଗାତାର ତୃତୀୟ ଥର ପାଇଁ ବଙ୍ଗର କ୍ଷମତା ସିଂହାସନରେ ମମତା

କୋଲକାତା : ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ | ମମତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଜଗଦୀପ ଧନଖଡ |

ପୁଣିଥରେ ପଶ୍ଚିମବଙ୍ଗରେ ସରକାର ଗଢିଛି ଟିଏମସି | ପଶ୍ଚିମବଙ୍ଗରେ ଲଗାତାର ହ୍ୟାଟ୍ରିକ ମାରି ମୁଖ୍ୟମନ୍ତ୍ରୀ ସିଂହାସନ ଅଳଙ୍କୃତ କରିଛନ୍ତି ମମତା | କରୋନା କାଳରେ ଶପଥଗ୍ରହଣ ଉତ୍ସବକୁ ଅଳ୍ପ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି | ଶପଥ ସମାରୋହରେ ସାମିଲ ହୋଇଛନ୍ତି ଟିଏମସି ରଣନୀତିକାର ପ୍ରଶାନ୍ତ କିଶୋର, ଟିଏମସି ନେତା ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ, କ୍ରିକେଟର ସୌରଭ ଗାଙ୍ଗୁଲି, ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ବାମ ମୋର୍ଚ୍ଚାର ବିମାନ ବୋଷ ଏବଂ ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ |

ଚଳିତ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଡା ଟକ୍କର ହେବ ବୋଲି ଯେଉଁ ତୁମ୍ବି ତୋଫାନ ଚାଲୁଥିଲା ସେସବୁ ଧୂଆଁବାଣ ହେଇଯାଇଛି |ଏପରିକି ମମତାଙ୍କ ଲୋକପ୍ରିୟତା ଆଗରେ ଫେଲ ମାରିଲା ମୋଦି ମ୍ୟାଜିକ୍ | ୨୯୨ ରୁ ୨୧୩ ଆସନ ନିଜ କବଜାକୁ ଆଣି ପୁଣିଥରେ କ୍ଷମତାକୁ ଫେରିଛନ୍ତି ମମତା | ନନ୍ଦୀଗ୍ରାମ ଆସନରୁ ମମତା ହାରିଯାଇଥିଲେ ବି ଦଳରେ ଉଡେଇଛନ୍ତି ବିଜୟର ଧ୍ୱଜା | ସମ୍ବିଧାନର ନିୟମାନୁଯାୟୀ ମମତା ମୁଖ୍ୟମନ୍ତ୍ରୀ ଆସନରେ ବସୁଥିବାରୁ ଆସନ୍ତା ଛଅ ମାସରେ ତାଙ୍କୁ ବିଧାୟିକା ଭାବେ ନିର୍ବାଚନ ଜିତିବାକୁ ହେବ |

Post End