୨୮ ପତ୍ନୀ, ୧୩୫ ପିଲା ଏବଂ ୧୨୬ ନାତି-ନାତୁଣୀଙ୍କ ସାମ୍ନାରେ ବୃଦ୍ଧ କଲେ କିଛି ଏମିତି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭୁବନେଶ୍ୱର: ଆପଣମାନେ ରାଜା ବା ପୁରାଣରେ ଜଣେ ବ୍ୟକ୍ତି ଅନେକ ବିବାହ କରିଥିବାର କାହାଣୀ ଶୁଣିଥିବେ କି ପଢ଼ିଥିବେ ନିଶ୍ଚୟ । କିନ୍ତୁ ଆଜିର ଦିନରେ ଜଣେ ବ୍ୟକ୍ତି ୨୮ ପତ୍ନୀଙ୍କ ଉପସ୍ଥିତିରେ ୩୭ ତମ ବିବାହ କରନ୍ତି , ତେବେ ଆପଣ କ’ଣ କହିବେ ? ଏଭଳି ଏକ ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ନିଜ ଟ୍ୱିଟରରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି, ‘ଏହି ବ୍ୟକ୍ତିଙ୍କ ୨୮ ପତ୍ନୀ, ୧୩୫ ପିଲା ଏବଂ ୧୨୬ ନାତି ନାତୁଣୀଙ୍କ ସାମ୍ନାରେ ୩୭ ତମ ବିବାହ କରୁଛନ୍ତି । ସ୍ତରେ ଏହି ବ୍ୟକ୍ତି ସାହସକୁ ମାନିବାକୁ ପଡିବ । କୁହାଯାଉଛି ଯେ ଏହି ବୃଦ୍ଧ ଜଣକ ୩୭ ଥର ବର ହୋଇଛନ୍ତି । ଏହା ପୂର୍ବରୁ ସେ ୩୬ ଟି ବିବାହ କରିସାରିଛନ୍ତି । ବର୍ତ୍ତମାନ ତାଙ୍କର ୨୮ ଟି ପତ୍ନୀ ଜୀବିତ ଅଛନ୍ତି ଏବଂ ତାଙ୍କ ସହିତ ରୁହନ୍ତି ।

ଯେଉଁଠାରେ ଲୋକମାନେ ବିବାହ କରିବାକୁ ସକ୍ଷମ ନୁହଁନ୍ତି ଏବଂ ଯଦି କେହି ବିବାହ କରିଛି , ତେବେ ତାଙ୍କ ସହିତ ପତ୍ନୀଙ୍କ ସମ୍ପର୍କ ଭଲରେ ଚାଲିନାହିଁ ! ଏପରି ସମୟରେ, ସୋସିଆଲ ମିଡିଆରେ ଏଭଳି କିଛି ବ୍ୟକ୍ତିଙ୍କୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଆନ୍ତି । ଏହି ଭିଡିଓ ଦେଖିଲା ପରେ ଲୋକମାନେ ବିଭିନ୍ନ ଉପାୟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି।