ଭୁବନେଶ୍ୱର: ଯୁବକଙ୍କୁ ମହଙ୍ଗା ପଡିଲା ନକଲି ପୋଲିସ୍ ୟୁନିଫର୍ମ ପିନ୍ଧିବା । ଟ୍ରେନରେ ବିନା ଟିକେଟରେ ଯାତ୍ରା କରିବା ପାଇଁ ଜଣେ ୨୨ ବର୍ଷୀୟ ଯୁବକ ଦିଲ୍ଲୀ ପୋଲିସ୍ ର ୟୁନିଫର୍ମ ପିନ୍ଧିଥିଲେ, କିନ୍ତୁ ସେ ୟୁନିଫର୍ମରେ ଲାଗିଥିବା ଷ୍ଟାରକୁ ଓଲଟପାଲଟ କରିଦେଇଥିଲେ। ଏହି ସମୟରେ ରେଳ ଷ୍ଟେସନରେ ଉପସ୍ଥିତ ଥିବା ପୋଲିସର ଆଖି ତାଙ୍କ ଉପରେ ପଡିଥିଲା, ପରେ ତାଙ୍କୁ ଗିରଫ କରାଯାଇଥିଲା।
ଏହି ଘଟଣା ୧୩ ଜୁନ୍ ର । ରେଳ ଷ୍ଟେସନରେ ପୋଷ୍ଟ ହୋଇଥିବା ଯୋଗେଶ କହିଛନ୍ତି ଯେ ସେ ସପ୍ତମ ବାଟାଲିୟନରେ କାମ କରନ୍ତି । ଯେତେବେଳେ ସେ ଯୁବକଙ୍କୁ ASI ୟୁନିଫର୍ମରେ ଦେଖିଥିଲେ, ସେତେବେଳେ ସେ ତାଙ୍କ ନିକଟକୁ ଯାଇ ପଚାରିଥିଲେ ଯେ ଏତେ କମ ବୟସରେ ପଦୋନ୍ନତି ପାଇବା ପରେ ସେ କିପରି ASI ହୋଇଗଲେ ? ହେଲେ ଜୟକିଶନ୍ ଯୋଗେଶଙ୍କ ପ୍ରଶ୍ନର ଉତ୍ତର ସଠିକ୍ ଭାବେ ଦେଇପାରିନଥିଲେ, ଏହା ସହ ଜୟକିଶନ୍ ପିନ୍ଧିଥିବା ପୋଲିସ ୟୁନିଫର୍ମରେ ଲାଗିଥିବା ଷ୍ଟାରକୁ ଓଲଟପାଲଟ କରିଦେଇଥିଲେ ଯାହାକୁ ନେଇ ଯୋଗେଶଙ୍କ ସନ୍ଧେହ ହୋଇଥିଲା , ପରେ ସେ ପୋଲିସକୁ ସୂଚନା ଦେଇଥିଲେ ।
ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ତାଙ୍କ ନାମ ଜୟକିଶନ୍ ବୋଲି ପୋଲିସ ନିକଟରେ କହିଥିଲେ । ଜୟକିଶନ କହିଥିଲେ ଯେ, ସେ ତାଙ୍କ ଦୁଇ ଭାଇଙ୍କ ସହ ୟୁପିର ଆଜମଗଡ ଯିବାକୁ ଚାହୁଁଥିଲେ। ତାଙ୍କ ଭାଇମାନଙ୍କର ଟ୍ରେନ୍ ଟିକେଟ୍ ଥିଲା କିନ୍ତୁ ତାଙ୍କର ନଥିଲେ, ତେଣୁ ସେ ASI ର ୟୁନିଫର୍ମ ପିନ୍ଧିଥିଲେ । ସେ ଭାବିଥିଲେ ଯେ, ପୋଲିସ ୟୁନିଫର୍ମରେ ଗଲେ ରାସ୍ତାରେ କୌଣସି ଅସୁବିଧା ହେବ ନାହିଁ । ହେଲେ ସେ ଜାଣିନଥିଲେ ପୋଲିସ ତାଙ୍କୁ ଧରିଦେବ ବୋଲି ।