ଭୁବନେଶ୍ୱର: ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜ ଗାଡି ପାଇଁ ଫ୍ୟାନସି ନମ୍ବର କିଣିବାକୁ ପସନ୍ଦ କରନ୍ତି । ସେ ଦାମୀ କାର ହେଉ ଅବା ବାଇକ, ସମସ୍ତେ ନିଜ ଗାଡିରେ ଏକ ସ୍ୱତନ୍ତ୍ର ନମ୍ବର ପ୍ଲେଟ୍ ରଖିବାକୁ ପସନ୍ଦ କରନ୍ତି। ହେଲେ ଏବେ ଏକ ଅଜବ ମାମଲା ସାମ୍ନାକୁ ଆସିଛି,ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ସ୍କୁଟିର ନମ୍ବର ପ୍ଲେଟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ଚଣ୍ଡିଗଡ଼ର ଜଣେ ବ୍ୟକ୍ତି ଫ୍ୟାନସି ନମ୍ବର CH01-CJ-0001 କିଣିବା ପାଇଁ ୧୫.୪୪ ଲକ୍ଷ ଟଙ୍କା ପ୍ରସ୍ତାବ ଦେଇଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବ୍ୟକ୍ତିଙ୍କ ପାଖରେ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ଥିଲା, ଯେଉଁଥିପାଇଁ ସେ ଟେଣ୍ଡର କରୁଥିଲେ।