ଭୁବନେଶ୍ୱର: ଟଙ୍କା ପାଇଁ ଅନେକ ଲୋକ ଅନେକ ଉପାୟ ଆପଣେଇଥାନ୍ତି । କିଏ ସତ ମାର୍ଗରେ ଟଙ୍କା ଉପାର୍ଜନ କରିଥାଏ ତ ଆଉ କିଏ ଅସତ ଉପାୟରେ ଟଙ୍କା ଉପାର୍ଜନ କରିବାକୁ ମଧ୍ୟ ପଛେଇନଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶୁଣିଲା ପରେ ଆପଣ କେବେ ଆଉ ଚାକିରୀ କଥା କହିବେନି । ଦୁର୍ବୃତ୍ତମାନେ ନିଯୁକ୍ତି ନେଇ ପ୍ରଥମେ ନକଲି ବିଜ୍ଞାପନ ଦେଲେ,ପରେ ଇଣ୍ଟରଭିୟୁ ପାଇଁ ଆସିଥିବା ଜଣେ ଯୁବକଙ୍କୁ ଅପହରଣ କରି ତାଙ୍କ ଶରୀରରୁ ରକ୍ତ କାଢି ବିକ୍ରି କଲେ ।
ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ବ୍ୟକ୍ତିର ନାମ ଲି (Li)। ଲି ବେଜିଂ ଏବଂ ଶେନଜେନରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ସେହି ସମୟରେ ସେ ଗୋଟିଏ ଜାଗାରେ ଚାକିରି ପାଇଁ ବାହାରିଥିବା ବିଜ୍ଞାପନ ଦେଖି ଉକ୍ତ ସଂସ୍ଥାକୁ ଯୋଗାଯୋଗ କରିଥିଲେ । ହେଲେ କିଏ ଜାଣିଥିଲା ଏହି ବିଜ୍ଞାପନ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ବୋଲି। ଦୁର୍ବୃତ୍ତମାନେ ଲି ଙ୍କୁ ଚୀନ୍-ଭିଏତନାମ ସୀମାରେ ବନ୍ଧୁକ ଦେଖାଇ ଅପହରଣ କରିଥିଲେ ।
ଅପହରଣ କରିଥିବା ଦୁର୍ବୃତ୍ତମାନେ ଯେତେବଳେ ଜାଣିବାକୁ ପାଇଲେ ଯେ ଲି ଜଣେ ଅନାଥ, ତାଙ୍କର କେହି ନାହାନ୍ତି , ତା’ପରେ ସେମାନେ କାମ୍ବୋଡିଆର ଗ୍ୟାଙ୍ଗକୁ ହସ୍ତାନ୍ତର କରିଦେଇଥିଲେ । ଲି କହିଛନ୍ତି ଯେ ତାଙ୍କ ପରି ପ୍ରାୟ ୭ ଜଣ ଲୋକ ଏହି ଉପାୟରେ ଅପହରଣ ହୋଇଥିଲେ। ଦୁର୍ବୃତ୍ତମାନେ ଯତେବେଳେ ଲି ଙ୍କ ରକ୍ତ ପରୀକ୍ଷା କରିଥିଲେ, ଦେଖାଗଲା ଯେ ଲି ଙ୍କ ରକ୍ତ O- ନେଗେଟିଭ ଥିଲା, ଯାହାକି ଖୁବ ବିରଳ । ଏହି କାରଣରୁ ସେ ଲି ଙ୍କ ରକ୍ତ ବିକ୍ରୟ କରିବା ଆରମ୍ଭ କରିଥିଲେ ଦୁର୍ବୁର୍ତ୍ତମାନେ।
ଅପହରଣ କରିଥିବା ଗ୍ୟାଙ୍ଗ ପ୍ରତି ମାସରେ ଲି ଙ୍କ ଶରୀରରୁ ୮୦୦ ମିଲି ରକ୍ତ ବାହାର କରୁଥିଲେ । ଆଉ ସେହି ରକ୍ତକୁ ସେମାନେ ବିଭିନ୍ନ ଘରୋଇ କ୍ରେତାଙ୍କୁ ବିକ୍ରି କରି ଭଲ ଟଙ୍କା ରୋଜଗାର କରୁଥିଲେ। ଗତ ସପ୍ତାହରେ ଲି ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ ଅପହରଣ କରିଥିବା ଗ୍ୟାଙ୍ଗ। ଅଭିଯୋଗ ପାଇବା ପରେ ପୋଲିସ ଏବେ ଅପହରଣକାରୀଙ୍କୁ ଖୋଜିବାକୁ ଚେଷ୍ଟା କରୁଛି।