ଭୁବନେଶ୍ୱର: ଆଇଟି ଚାକିରି ଛାଡି ଗଧ ଫାର୍ମ ଖୋଲିଲେ କର୍ଣ୍ଣାଟକ ମାଙ୍ଗାଲୁରୁ ନିବାସୀ ଶ୍ରୀନିବାସ ଗୌଡା । ଶ୍ରୀନିବାସ ଏକ ସଫ୍ଟୱେର୍ କମ୍ପାନୀରେ କାମ କରୁଥିଲେ । ୨୦୨୦ ରେ ଚାକିରୀ ଛାଡିବା ପରେ ଶ୍ରୀନିବାସ ଚାଷ କରିବେ ବୋଲି ମନସ୍ତ କରିଥିଲେ। ବିଭିନ୍ନ ଚାଷ କରିବା ପରେ ଶେଷରେ ଶ୍ରୀନିବାସ ଗଧଙ୍କ ଫାର୍ମ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀନିବାସ କହିଛନ୍ତି ଯେ କର୍ଣ୍ଣାଟକର ଏହା ହେଉଛି ପ୍ରଥମ ଗଧ ପାଳିବା ଏବଂ ତାଲିମ କେନ୍ଦ୍ର । ବର୍ତ୍ତମାନ ଆମର ୨୦ ଟି ଗଧ ଅଛି ଏବଂ ମୁଁ ପ୍ରାୟ ୪୨ ଲକ୍ଷ ଟଙ୍କା ବିନିଯୋଗ କରିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଗଧର କ୍ଷୀର ବିକ୍ରୟ କରିବାକୁ ଯୋଜନା କରୁଛୁ, ଯାହାର ଅନେକ ଲାଭ ଅଛି । ଏହା ଆମର ସ୍ୱପ୍ନ ଯେ ଗଧର କ୍ଷୀର ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଉଚିତ୍। ଗଧ କ୍ଷୀରରେ ଔଷଧୀୟ ଗୁଣ ରହିଛି।
ପ୍ୟାକେଟରେ ଗଧ କ୍ଷୀର ଉପଲବ୍ଧ ହେବ ଏବଂ ୩୦ ମିଲି ଦୁଗ୍ଧର ଏକ ପ୍ୟାକେଟରେ ପ୍ରାୟ ୧୫୦ ଟଙ୍କା ଖର୍ଚ୍ଚ ହେବ। ଶ୍ରୀନିବାସ ଦାବି କରିଛନ୍ତି ଯେ ସେ ୧୭ ଲକ୍ଷ ଟଙ୍କା ମୂଲ୍ୟର ଅର୍ଡର ପାଇସାରିଛନ୍ତି।
ଶ୍ରୀନିବାସ କହିଛନ୍ତି ଯେ ଗଧ କ୍ଷୀର ଲିଟର ପିଛା ୫୦୦୦ ରୁ ୭,୦୦୦ ଟଙ୍କା ମଧ୍ୟରେ ଆସିଥାଏ। ଗଧର ପରିସ୍ରା ଲିଟର ପିଛା ୫୦୦ ରୁ ୬୦୦ ଟଙ୍କା । ତେବେ ଗୋଟିଏ ଗଧ ପ୍ରତିଦିନ ପ୍ରାୟ ଏକ ଲିଟର କ୍ଷୀର ଦେଇଥାଏ ।