ଭୁବନେଶ୍ୱର: କଥାରେ ଅଛି ଯାହାକୁ ରଖନ୍ତି ଅନନ୍ତ କି କରିପାରେ ବଳବନ୍ତ । ଯଦି ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଥାଏ ତେବେ ମୃତ୍ୟୁ ମଧ୍ୟ ଆପଣଙ୍କୁ ସ୍ପର୍ଶ କରିପାରିବ ନାହିଁ । ଏଭଳି ଏକ ଘଟଣା ଘଟିଛି ଜଣେ ବ୍ୟକ୍ତିଙ୍କ ସହିତ । ଜଣେ ବ୍ୟକ୍ତି କିଭଳି ସମୁଦ୍ରର ବିଶାଳକାୟ ତିମି ମାଛ ପେଟରୁ ନିଜ ଜୀବନ ବଞ୍ଚେଇବାରେ ସଫଳ ହେଲେ ସେହି କାହାଣୀକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ୫୭ ବର୍ଷିୟ ଲବଷ୍ଟର ଡାଇଭର ମାଇକେଲ ପ୍ୟାକର୍ଡ କିଭଳି ସମୁଦ୍ରର ବିଶାଳକାୟ ତିମି ମାଛ ପେଟରୁ ନିଜ ଜୀବନ ବଞ୍ଚେଇବାରେ ସଫଳ ହୋଇଛନ୍ତି ସେନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ମାଇକେଲ ସମୁଦ୍ରରେ ବୁଡ଼ି ଅଜବ ପ୍ରାଣୀମାନଙ୍କୁ ଧରିଥାନ୍ତି । ସେମାନଙ୍କୁ ଧରିବା ପରେ ସେ ବଜାରରେ ବିକ୍ରି କରି ଟଙ୍କା ରୋଜଗାର କରନ୍ତି। ସବୁଦିନ ପରି ସେ ଏକ ଅଜବ ପ୍ରାଣୀ ସନ୍ଧାନରେ ସମୁଦ୍ରରେ ଅବତରଣ କରିଥିଲେ, ହେଲେ ସେତେବେଳେ ସେ ଏକ ବିଶାଳ ତିମି ମାଛର ପେଟକୁ ହଠାତ ଚାଲିଯାଇଥିଲେ । ଚେତା ଫେରିଲା ବେଳକୁ ସେ ଜାଣିବାକୁ ପାଇଲେ ଯେ ସେ ତିମି ମାଛର ପେଟରେ ଅଛନ୍ତି ।
ଅଧିକାଂଶ ତିମି ମାଛ ସମୁଦ୍ରର ଗଭୀରତାରେ ବାସ କରନ୍ତି । ସାଧାରଣତଃ ଶାନ୍ତ ବୋଲି ବିବେଚନା କରାଯାଉଥିବା ଏହି ମାଛଗୁଡ଼ିକ ଲୋକଙ୍କ ଠାରୁ ଦୂରରେ ରୁହନ୍ତି । ହେଲେ ବେଳେବେଳେ ସେମାନେ ମଣିଷ ଉପରେ ମଧ୍ୟ ଆକ୍ରମଣ କରିଦିଅନ୍ତି। ଏପରି ଆକ୍ରମଣରୁ ମଣିଷ ବଞ୍ଚିଥିବା ଅସମ୍ଭବ।
ପେଟ ଭିତରକୁ ଯିବା ପରେ ମାଇକେଲ ତାଙ୍କ ପିଲା ଏବଂ ପତ୍ନୀଙ୍କୁ ମନେ ପକାଇଥିଲେ। ସେ ଭାବିଲେ ଯେ ତିମି ମାଛ ତାଙ୍କୁ ଗିଳି ଦେଇଛି । ଏବେ ଜୀବନ୍ତ ବଞ୍ଚିବା ଅସମ୍ଭବ.. କିନ୍ତୁ ତିରିଶ ସେକେଣ୍ଡ ପରେ କିଛି ଏମିତି ଘଟିଲା ଯାହାକି ମାଇକେଲଙ୍କୁ ଏକ ନୂଆ ଜୀବନ ମିଳିଲା। ମାଇକେଲ ହଠାତ୍ ଅନୁଭବ କଲେ ଯେ ମାଛ ମୋତେ ହଜମ କରିପାରିବ ନାହିଁ, ତେଣୁ ସେ ବାନ୍ତି କରିଦେଇଥିଲା। ଫଳରେ ମାଇକେଲ୍ ବାହାରକୁ ଚାଲି ଆସିଥିଲେ। ସେ ପ୍ରଥମେ ବିଶ୍ୱାସ କରିପାରିଲେ ନାହିଁ ଯେ ତିମି ମାଛ ପେଟ ଭିତରେ ତିରିଶ ସେକେଣ୍ଡ ରହିବା ପରେ ସେ ବାହାରକୁ ଜୀବନ୍ତ ଫେରି ଆସିଛନ୍ତି ବୋଲି। ସେ ମାଛର ପେଟକୁ ଯିବାବେଳେ କିମ୍ବା ବାହାରକୁ ଆସିବା ସମୟରେ କୌଣସି ଆଘାତ ପାଇନଥିଲେ। ସେ ସିଧା ପେଟ ଭିତରକୁ ଯାଇ ବାହାରକୁ ଚାଲିଆସିଥିଲେ । ସୋସିଆଲ ମିଡିଆରେ ସେୟାର କରିଥିବା ଏକି କାହାଣୀ ଏବେ ଖୁବ ଭାଇରଲ ହେବାରେ ଲାଗିଛି ।