ଫୋନ୍ ଗିଳିଦେଲେ ଜଣେ ବ୍ୟକ୍ତି, ଏକ୍ସରେ ରିପୋଟ ଦେଖି ଚିନ୍ତାରେ ପଡିଗଲେ ଡାକ୍ତର

ଭୁବନେଶ୍ୱର : ଜଣେ ବ୍ୟକ୍ତି ଗିଳିଦେଲ ନୋକିଆର ୩୩୧୦ ମଡେଲ ଫୋନ୍ । ତାଙ୍କ ଜୀବନ ବଞ୍ଚାଇବା ପାଇଁ ଶେଷରେ ଏକ ବଡ ଅସ୍ତ୍ରୋପଚାର କରାଯାଇଥିଲା। କୋସୋବୋର ପ୍ରିଷ୍ଟିନା ସହରର ଜଣେ ୩୩ ବର୍ଷୀୟ ବ୍ୟକ୍ତି ଏକ ପୁରୁଣା ନୋକିଆ ଫୋନ୍ ଗିଳି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ଯେତେବେଳେ ସେହି ବ୍ୟକ୍ତିଙ୍କର ସ୍କାନ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ​​ଯେ ଫୋନ୍ ଟି ତାଙ୍କର ପେଟରେ ରହିଛି । ଖୁସିର କଥା, ଏହି ଅସ୍ତ୍ରୋପଚାର ସଫଳ ହୋଇଥିଲା ଏବଂ ମୋବାଇଲକୁ ବାହାର କରାଯାଇଥିଲା।

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ବ୍ୟକ୍ତି ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ଡାକ୍ତରଖାନା ଯାଇଥିଲେ। ତେବେ ବ୍ୟକ୍ତି ଜଣକ କାହିଁକି ଫୋନ୍ କୁ ଗିଳିଲେ ତାହା ସ୍ପଷ୍ଟ ହୋଇନାହିଁ । ଡିଭାଇସ୍ ଅପସାରଣ କରିବାକୁ ଡାକ୍ତରଙ୍କୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା ।