ଭୁବନେଶ୍ୱର: ଲୁଟର ଏକ ଅଜବ ମାମଲା ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଡକାୟତ ମାନେ ଫୋନ ପେ ସାହାଯ୍ୟରେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ। ବର୍ତ୍ତମାନ ପୋଲିସ ଏ ବାବଦରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୋଲିସର ସୂଚନାନୁସାରେ,ରାଜସ୍ଥାନର କୌରଲି ଜିଲ୍ଲାର ବିହାରୀଲାଲଙ୍କ ପୁଅ ଜଗଦୀଶ ମୀନା ଅଭିଯୋଗ କରିଛନ୍ତି ଯେ ଶୁକ୍ରବାର ଦିନ ବେଳେ ସେ ମାମୁଁ ଏବଂ ମାଉସୀଙ୍କୁ ତାଙ୍କ ଗାଁରେ ଛାଡି ବାଇକ୍ ଯୋଗେ ନିଜ ଗାଁ ଡାବ୍ରାକୁ ଫେରୁଥିଲେ। ଖିଙ୍କିଡି ପୂର୍ବରୁ ରାସ୍ତାରେ ୫ ଜଣ ଦୁର୍ବୃତ୍ତ ତାଙ୍କ ବାଇକକୁ ରାସ୍ତାରେ ଅଟକାଇ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଫୋନ୍ ଛଡ଼ାଇ ନେଇଥିଲେ ଏବଂ ଫୋନ ପେ ସାହାଯ୍ୟରେ ୩ ହଜାର ଟଙ୍କା ଲୁଟି ନେଇଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତ ଏହି ଘଟଣାର ଏକ ଭିଡିଓ ମଧ୍ୟ କରିଥିଲେ। ପରେ ଅଭିଯୁକ୍ତମାନେ ଜଗଦୀଶଙ୍କୁ ଏକ ବେଆଇନ ଅସ୍ତ୍ର ଧରାଇ ଭିଡିଓ କରିଥିଲେ । ଏ ସମ୍ପର୍କରେ ଯଦି ଜଗଦୀଶ ପୋଲିସ ନିକଟରେ ଅଭିଯୋଗ କରନ୍ତି ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ।
ଜଗଦୀଶ କୌଣସି ପ୍ରକାରେ ସେଠାରୁ ଖସି ଆସି ଘରେ ପହଞ୍ଚିଥିଲେ । ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବାପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।