ଭୁବନେଶ୍ୱର: ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଭାଇରଲ ହେଉଥିବା ଭିଡିଓରେ ଆପଣ ଜଣେ ଯୁବକ ତିନୋଟି କୋବ୍ରା ସାପ ସହିତ ଖେଳୁଥିବା ଦେଖିବାକୁ ପାଇବେ। ଏହି ସମୟ ମଧ୍ୟରେ ବ୍ୟକ୍ତିଙ୍କ ସହିତ ଯାହା ଘଟେ, ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।
ଜଣେ ଯୁବକ ଜଙ୍ଗଲରେ ତିନୋଟି ବିଷଧର ସାପ ସହିତ ଖେଳୁଥିବାର ଦେଖିବାକୁ ପାଇବେ । ପ୍ରଥମେ ଯୁବକ ଜଣକ ନିଜ ହାତ ଓ ଗୋଡ଼ ଦ୍ୱାରା ତିନୋଟି ସାପଙ୍କ ଧ୍ୟାନ ହଟେଇବା ପାଇଁ ଚେଷ୍ଟା କରନ୍ତି । ଏହା ପରେ ଗୋଟିଏ ସାପ ତାଙ୍କୁ ଆକ୍ରମଣ କରିଦିଏ। ସାପ ଏତେ ଶୀଘ୍ର ଆକ୍ରମଣ କରେ ଯେ ଯୁବକ ଜଣକ କିଛି ବୁଝିପାରନ୍ତି ନାହିଁ। ସାପଟି ହଠାତ ବ୍ୟକ୍ତିଙ୍କ ପ୍ୟାଣ୍ଟକୁ ଧରିପକାଏ। ଭାଗ୍ୟବଶତଃ ବ୍ୟକ୍ତିଜଣକ ଫୁଲ ପ୍ୟାଣ୍ଟ ପିନ୍ଧିଥିଲେ, ନଚେତ୍ ସାପଟି ତାଙ୍କ ଗୋଡକୁ କାମୁଡି ଦେଇଥାନ୍ତା।
This is just horrific way of handling cobras…
The snake considers the movements as threats and follow the movement. At times, the response can be fatal pic.twitter.com/U89EkzJrFc— Susanta Nanda IFS (@susantananda3) March 16, 2022
ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ଟ୍ୱିଟରରେ ସେୟାର କରିଛନ୍ତି। ଭିଡିଓଟିକୁ ପୋଷ୍ଟ କରି କ୍ୟାପସନରେ ସେ ଲେଖିଛନ୍ତି, ‘ କୋବ୍ରା ସାପ ସହିତ ମୁକାବିଲା କରିବା ପାଇଁ ଏହା ଏକ ଭୟଙ୍କର ଉପାୟ। ଭିଡିଓଟିକୁ ଦେଖିବାପରେ ଅନେକ ଲୋକ ନିଜ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବ୍ୟକ୍ତି ଜଣକ ଭାଗ୍ୟବାନ ଥିଲେ, ଯାହାଫଳରେ ସେ ଅତି ବଡ ବିପଦରୁ ବଞ୍ଚିଗଲେ।