ବ୍ୟକ୍ତିଙ୍କ ଉପରକୁ ହଠାତ ଝାମ୍ପ ମାରିଲା ସିଂହ, ତା ପରେ ଯାହା ଘଟିଲା ଦେଖନ୍ତୁ ଭିଡିଓ

ଭୁବନେଶ୍ୱର : ସିଂହକୁ ଜଙ୍ଗଲର ରାଜା କୁହାଯାଏ । ସିଂହ ଅତ୍ୟନ୍ତ ବିପଜ୍ଜନକ ଏବଂ ଆକ୍ରମଣକାରୀ ପ୍ରାଣୀ। ତଥାପି, ଆଜିକାଲି ଏପରି ଅନେକ ଭିଡିଓ ଇଣ୍ଟରନେଟରେ ଦେଖିବାକୁ ମିଳେ, ଯେଉଁଥିରେ ପଶୁ ମଣିଷ ସହିତ ଖେଳୁଛି। ଏହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ଆଗକୁ ଦୌଡୁଛନ୍ତି ଏବଂ ସିଂହ ତାଙ୍କୁ ଧରିବାକୁ ଚେଷ୍ଟା କରୁଛି। ଭିଡ଼ିଓଟିକୁ ଦେଖିଲେ ଲାଗୁଛି ଯେ, ସିଂହ ଆକ୍ରମଣ କରି ବ୍ୟକ୍ତିଙ୍କୁ ହତ୍ୟା କରିବ, କିନ୍ତୁ ତାହା ନୁହେଁ। କାରଣ ସିଂହ ସହିତ ଦୌଡୁଥିବା ବ୍ୟକ୍ତି ଜଣକ ତାଙ୍କର ଦେଖାଶୁଣା କରନ୍ତି । ଯେଉଁଥିପାଇଁ ସିଂହ ତାଙ୍କୁ କୌଣସି କ୍ଷତି କରୁ ନାହିଁ।

 

View this post on Instagram

 

A post shared by African animals (@african_animal)

ଏହି ବ୍ୟକ୍ତି ହେଉଛନ୍ତି Dean Schneider, ଯିଏ ପଶୁମାନଙ୍କ ସହିତ ବହୁତ ସମୟ ବିତାନ୍ତି। ୯.୫ ନିୟୁତ ଲୋକ ଡିନଙ୍କ ଆକାଉଣ୍ଟକୁ ଅନୁସରଣ କରୁଛନ୍ତି । ସେ ବହୁତ ପ୍ରସିଦ୍ଧ ଏବଂ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଅନେକ ଭିଡିଓ ପୋଷ୍ଟ କରନ୍ତି ।

 

Post End