ଭୁବନେଶ୍ୱର: ଗତକାଲି ଭାରତୀୟ ବଜାରରେ ଲଞ୍ଚ କରିଛି ମାରୁତି ସୁଜୁକି ର ନୂତନ ବାଲେନୋ। କମ୍ପାନୀ ଏହି କାରର ପ୍ରାରମ୍ଭିକ ଶୋ’ରୁମ୍ ମୂଲ୍ୟ ୬.୩୫ ଲକ୍ଷ ରଖିଛି, ଯାହାର ଟପ୍ ମଡେଲ୍ ୯.୪୯ ଲକ୍ଷ । ମାରୁତି ସୁଜୁକି ବାଲେନୋର ବାହାର ଏବଂ ଭିତର ଭାଗରେ ଅନେକ ପରିବର୍ତ୍ତନ କରିଛି।
ନୂତନ ମାରୁତି ସୁଜୁକି ବାଲେନୋ ସହିତ ସେଗମେଣ୍ଟ ରେ ଆପଣ ୩୬୦-ଡ଼ିଗ୍ରୀ କ୍ୟାମେରା ପାଇବେ । ଯାହାକି ଆପଣଙ୍କୁ ପାର୍କିଂ ଏବଂ ଭିଡ଼ ଜାଗାରେ ଗାଡି ଚଲାଇବା ସମୟରେ ସାହାଯ୍ୟ କରିବ । ନୂତନ ସ୍ମାର୍ଟପ୍ଲେ ପ୍ରୋ ପ୍ଲସ୍ ଇନଫୋଟେନ୍ମେଣ୍ଟ୍ ସିଷ୍ଟମ୍ ରହିଛି । ଫ୍ରି-ଷ୍ଟାଣ୍ଡିଂ ୯-ଇଞ୍ଚ୍ ସ୍ମାର୍ଟପ୍ଲେ ପ୍ରୋ ପ୍ଲସ୍ ଟଚ୍ ସ୍କ୍ରିନ ସିଷ୍ଟମ ଦିଆଯାଇଛି ।
ନୂତନ ବାଲେନୋରେ ଆପଣ ଦେଖିବାକୁ ପାଇବେ ଡ୍ୟାସବୋର୍ଡରେ ପିଆନୋ ବ୍ଲାକ୍ ଫିନିଶ୍ , କକ୍ପିଟ୍ ଷ୍ଟାଇଲ୍ ଏସି ସୁଇଚ୍, ନୂତନ ଟଚସ୍କ୍ରିନ ଇନଫୋଟେନ୍ ମେଣ୍ଟ ସିଷ୍ଟମ ଏବଂ ମିଟର ଉପରେ କ୍ରୋମ ରିଙ୍ଗ ଦିଆଯାଇଛି । ଯାହାକି କାର କୁ ଆହୁରି ଆକର୍ଷିତ କରୁଛି ।