ଏଠି ୮୫ ହଜାର ରେ ମିଳୁଛି Wagon R,Alto ଭଳି କାର, ହାତଛଡା କରନ୍ତୁନାହିଁ ସୁଯୋଗ

ଭୁବନେଶ୍ୱର: ୧ ଲକ୍ଷରୁ କମ୍ ଦାମରେ ଏକ କାର କିଣିବାକୁ ଚାଉଁଛନ୍ତି କି ? ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ବ୍ୟବହୃତ କାର ବିଷୟରେ କହୁଛୁ ଯାହା ଏକ ଲକ୍ଷରୁ ମଧ୍ୟ କମ୍ ଟଙ୍କା । ଯାହାକି ଆପଣ Maruti Suzuki True Value ୱେବସାଇଟରେ ପାଇପାରିବେ।

Alto LXI
୨୦୦୮ ମସିହା ମାରୁତି ଆଲ୍ଟୋ LXI ରେ ଆପଣ ପେଟ୍ରୋଲ ଇଞ୍ଜିନ୍ ପାଇବେ । ଆଲ୍ଟୋ ଏପର୍ଯ୍ୟନ୍ତ ୬୫,୭୬୫ କିଲୋମିଟର ଅତିକ୍ରମ କରିଛି । ସିଲଭର ରଙ୍ଗରେ ଉପଲବ୍ଧ ଏହି କାରର ମୂଲ୍ୟ ୮୫ ହଜାର ଟଙ୍କା ରଖାଯାଇଛି ।

Wagon R LXI
୨୦୦୯ ମଡେଲର ଏହି କାର ର ମୂଲ୍ୟ ୮୫ ହଜାର ଟଙ୍କା ରଖାଯାଇଛି । କାରଟି ମୋଟ ୭୨,୦୧୫ କିଲୋମିଟର ଚାଲିଛି। ଏହା ଏକ ପେଟ୍ରୋଲ ଇଞ୍ଜିନ୍ ସହିତ ଆସିଥାଏ। ବ୍ଲୁ ରଙ୍ଗର ଏହି କାର ରେ ଆପଣ ମାନୁଆଲ୍ ଟ୍ରାନ୍ସମିସନ୍ ପାଇବେ।

Sx4 VXI
ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୦୮ ମଡେଲ ଏହି କାର ର ମୂଲ୍ୟ ୯୫ ହଜାର ଟଙ୍କା ରଖାଯାଇଛି। କାରଟି ମୋଟ ୧,୧୬,୨୭୪ କିମି ଚାଲିଛି । ଏହା ଏକ ପେଟ୍ରୋଲ ଇଞ୍ଜିନ୍ ସହିତ ଆସିଥାଏ। କାରଟି ଧୂସର ରଙ୍ଗ ହୋଇଥିବା ବେଳେ ଆପଣ ଏଥିରେ ମଧ୍ୟ ମାନୁଆଲ ଟ୍ରାନ୍ସମିସନ୍ ପାଇବେ।

ବ୍ୟବହୃତ କାର୍ କିଣିବାର ଭଲ ଏବଂ ଖରାପ ଦିଗ ରହିଛି । ସବୁଠୁ ବଡ ସୁବିଧା ହେଉଛି କମ ବଜେଟରେ ମଧ୍ୟ ଆପଣ ଏକ ବଡ କାର କିଣି କରିପାରିବେ । ତଥାପି, କ୍ଷତିରୁ ରକ୍ଷା ପାଇବା ପାଇଁ ଆପଣ ସାଙ୍ଗରେ ଗାଡି ମେକାନିକ ନିଅନ୍ତୁ, ଭଲକରି ଚେକ କରନ୍ତୁ ,ତାପରେ ଯାଇ କିଣନ୍ତୁ ।