ଖୁବ ଶୀଘ୍ର ବଜାରକୁ ଆସୁଛି ମାରୁତିର ନୂଆ SWIFT, ଜାଣନ୍ତୁ ପ୍ରାଇସ ଆଉ ଫିଚର୍ସ

ନୂଆଦିଲ୍ଲୀ : ଦେଶର ବୃହତ୍ତମ କାର ନିର୍ମାତା ମାରୁତି ସୁଜୁକିର ସ୍ଵିଫ୍ଟ ଭାରତରେ ଖୁବ୍ ପସନ୍ଦିତ । ଏହା କମ୍ପାନୀର ଲୋକପ୍ରିୟ କାର ମଧ୍ୟରୁ ଗୋଟିଏ ଏବଂ ଏହି କାରଣରୁ ମାରୁତି ତାର ନୂତନ ମଡେଲ କୁ ଲଞ୍ଚ କରିବାକୁ ଯାଉଛି । ଆଶା କରାଯାଉଛି ଯେ ଏହି କାର ଆସନ୍ତା ସପ୍ତାହରେ ବଜାରକୁ ଆସିବ। ଆସନ୍ତୁ ଜାଣିବା କାରର ଇଞ୍ଜିନ ବିଷୟରେ ।

ମାରୁତି ସୁଜୁକି ସ୍ଵିଫ୍ଟରେ ଅନେକ ପରିବର୍ତ୍ତନ କରାଯାଇଛି । ଏଥିରେ ନୂଆ ଫ୍ରଣ୍ଟ ଗ୍ରିଲ ବ୍ୟବହାର କରାଯାଇଛି । ଏଥିସହ ଏହାର ଡିଜାଇନ୍ ମଧ୍ୟ ପରିବର୍ତ୍ତନ କରାଯାଇଛି । ଡିଜାଇନ୍ ସହିତ କମ୍ପାନୀ ଏହାର ଇଞ୍ଜିନ୍ ମଧ୍ୟ ପରିବର୍ତ୍ତନ କରିଛି। ବର୍ତ୍ତମାନ ଏହାର ଇଞ୍ଜିନ୍ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ। ଏହି କାରର ମୂଲ୍ୟ ପ୍ରାୟ ଛଅ ଲକ୍ଷ ଟଙ୍କା ହୋଇପାରେ ବୋଲି ଆଶା କରାଯାଉଛି।

ଇଞ୍ଜିନ୍ ଏବଂ ମାଇଲେଜ୍
ମିଡିଆ ରିପୋର୍ଟ ଅନୁଯାୟୀ, ନୂତନ ମାରୁତି ସ୍ଵିଫ୍ଟ 1.2 ଲିଟର 4-ସିଲିଣ୍ଡର K12N ଡୁଆଲ୍ଜେଟ୍ ଇଞ୍ଜିନ୍ ବ୍ୟବହାର କରେ, ଯାହା 90bhp ଶକ୍ତି ଏବଂ 113Nm ଟର୍କ ସୃଷ୍ଟି କରେ । ଏହାର ଫେସେଲିଫ୍ଟ ମଡେଲ ଲିଟର ପିଛା 23.26 କିଲୋମିଟରରୁ 24.12 କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେଇପାରେ। ମାରୁତି ସ୍ଵିଫ୍ଟ ଫେସେଲିଫ୍ଟ ଟାଟା ଆଲଟ୍ରୋଜ ଟର୍ବୋ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ, ଟାଟା ହ୍ୟାଚବ୍ୟାକ୍ କାର ଚଳିତ ବର୍ଷ ଲଞ୍ଚ ହୋଇଛି।