ଭୁବନେଶ୍ୱର: ଦୁନିଆର ଏମିତି କିଛି ଘଟଣା ଆମକୁ ବିଚଳିତ କରିଥାଏ । ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ-ଚକିତ କରିପାରେ । ଏ ଘଟଣା ହେଉଛି ମେକ୍ସିକୋର ସାନ ପେଡ୍ରୋ ହୁଆମେଲୁଲାର । ଏଠାକାର ମେୟର ଭିକ୍ଟୋର ହୁଗୋ (Victor Hugo Sosa) ରୀତିନୀତି ଅନୁଯାୟୀ ଏକ କୁମ୍ଭୀରକୁ ତାଙ୍କ ପତ୍ନୀ ଭାବରେ ଗ୍ରହଣ କରିଛନ୍ତି।
In an age-old ritual, a Mexican mayor married his alligator bride to secure abundance. Victor Hugo Sosa sealed the nuptials by kissing the alligator’s snout https://t.co/jwKquOPg93 pic.twitter.com/Vmqh4GpEJu
— Reuters (@Reuters) July 1, 2022
ମେକ୍ସିକୋରେ କୁମ୍ଭୀରକୁ ବିବାହ କରିବାର ଏକ ପୁରୁଣା ପରମ୍ପରା ଅଛି ଏବଂ ଲୋକମାନେ କୁହନ୍ତି ଯେ ୧୭୮୯ ପରଠାରୁ ଏହି ପରମ୍ପରା ଚାଲିଆସୁଛି। ଏଥିପାଇଁ ଅନେକ ରୀତିନୀତି କରାଯାଏ । ପ୍ରଥମେ କୁମ୍ଭୀରର ନାମକରଣ କରିବା ପରେ, ବିବାହ ତାରିଖ ସ୍ଥିର କରାଯାଏ । ସେହି ଦିନ ଅତିଥି ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଡକାଯାଇଥାଏ । ଏହି ବିବାହ ସମସ୍ତଙ୍କ ସାମ୍ନାରେ କରାଯାଇଥାଏ। ଏହା କରିବା ଏଠାରେ ସାଧାରଣ ଅଟେ । ଲୋକମାନେ ଅନୁଭବ କରନ୍ତି ଯେ ଏହା କରିବା ଦ୍ୱାରା ସେମାନେ ଈଶ୍ୱରଙ୍କଠାରୁ ଯାହା ଚାହାଁନ୍ତି ତାହା ପାଇପାରିବେ ।