ନାବାଳକକୁ ଟାଙ୍ଗିଆରେ ହାଣି ହତ୍ୟା : ୨ ଜଣ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ: ନାବାଳକକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ | ଛଟପଟ ହୋଇ ଚାଲିଗଲା ଜୀବନ | ଏଭଳି ଲୋମହର୍ଷଣକାରୀ ଓ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ |

ସୂଚନା ଅନୁସାରେ, ମୋରଡା ଥାନା ଅନ୍ତର୍ଗତ ମହୁଲବଣୀ ଗାଁରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ | ମୃତକ ନାବାଳକ ଜଣକ ହେଲେ ଦଶମ ଶ୍ରେଣୀ ଛାତ୍ର ହରେକୃଷ୍ଣ ମହାନ୍ତ | ତାଙ୍କର ଗୋଚର ଜମିରେ ଘର କରିବାକୁ ନେଇ କିଛି ଲୋକଙ୍କ ସହ ଗଣ୍ଡଗୋଳ ହୋଇଥିଲା | ଫଳରେ କିଛି ଦୁର୍ବୃତ୍ତ ହରେକୃଷ୍ଣଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି | ଗୁରୁତର ଅବସ୍ଥାରେ ବାରମାଇଲ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିବା ଜଣାପଡିଛି | ତେବେ ଏହି ମାମଲାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି | ଗିରଫ ଦୁଇ ଅଭିଯୁକ୍ତ ହେଲେ ସ୍ଥାନୀୟ ପଡୋଶୀ ଜାତୀନ୍ଦ୍ର ମହାନ୍ତ ଓ ଶୋଭାକର ମହାନ୍ତ | ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ଏହି ମାମଲାର ତଦନ୍ତ ଜାରୀ ରହିଛି |