ସତ ହେଲା ମୃତ୍ୟୁ ପୂର୍ବରୁ ନାବାଳିକାଙ୍କ ଭବିଷ୍ୟବାଣୀ,କହିଥିଲେ ହତ୍ୟା ପରେ କେଉଁଠି ମିଳିବ ମୃତଦେହ

ବ୍ରାଜିଲ: ବ୍ରାଜିଲରୁ ହତ୍ୟାକାଣ୍ଡର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ, ଜଣେ ନାବାଳିକା ଫେସବୁକରେ ହତ୍ୟା ହେବାର ପୂର୍ବାନୁମାନ କରିଥିଲା ​​ଏବଂ ପରଦିନ ତାଙ୍କୁ ହତ୍ୟା କରାଯାଇଥିଲା। ଫେସବୁକ୍ ପୋଷ୍ଟରେ ନାବାଳିକା ଜଣକ ତାଙ୍କ ମୃତଦେହ କେଉଁଠୁ ଉଦ୍ଧାର କରାଯିବ ତାହା ମଧ୍ୟ ଉଲ୍ଲେଖ କରିଥିଲେ । ତା’ପରେ ସେଠାରୁ ପୋଲିସ ପୀଡିତାଙ୍କ ମୃତଦେହ ଉଦ୍ଧାର କରିଥିଲା।

ବ୍ରାଜିଲର ଆମାଜନସରେ ୧୭ ବର୍ଷୀୟା ନାବାଳିକା ଖ୍ରୀଷ୍ଟିଆନ ଗୁମେରସଙ୍କୁ ହତ୍ୟା କରାଯାଇଥିଲା। ଖ୍ରୀଷ୍ଟିଆନ ତାଙ୍କ ହତ୍ୟା ପୂର୍ବରୁ ଗୋଟିଏ ଫେସବୁକ ପୋଷ୍ଟରେ ଲେଖିଥିଲେ, ‘ମୁଁ ସମସ୍ତଙ୍କୁ ବିଦାୟ ଦେବାକୁ ଏଠାକୁ ଆସିଛି। ମୁଁ ଖୁବ ଶୀଘ୍ର ମରିବି। ସେ ଡ୍ରଗ୍ ଡିଲରଙ୍କ ଠାରୁ ପ୍ରାୟ ୪୦ ହଜାର ୪୩୭ ଟଙ୍କା ଋଣ ନେଇଛନ୍ତି। ଯାହାକୁ ସେ ପରିଶୋଧ କରିପାରିନାହାନ୍ତି । ଏହି କାରଣରୁ ତାଙ୍କୁ ହତ୍ୟା କରାଯିବ ବୋଲି ଖ୍ରୀଷ୍ଟିଆନ କହିଥିଲେ ।

ପୋଲିସର ସୂଚନାନୁସାରେ, ସେମାନେ ଫେବୃଆରୀ ୧୨ ରେ ଖ୍ରୀଷ୍ଟିଆନଙ୍କ ନିଖୋଜ ସମ୍ପର୍କରେ ସୂଚନା ପାଇଥିଲେ। କିନ୍ତୁ ସେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତାଙ୍କୁ ହତ୍ୟା କରାଯାଇଥିଲା। ଖ୍ରୀଷ୍ଟିଆନଙ୍କୁ ଫେସବୁକ ପୋଷ୍ଟରେ ଯେଉଁଭଳି କହିଥିଲେ, ସେହିଭଳି ତାଙ୍କୁ ହତ୍ୟା କରାଯାଇଥିଲା। ୧୩ ଫେବୃଆରୀରେ ହତ୍ୟାକାରୀ ଖ୍ରୀଷ୍ଟିଆନଙ୍କୁ ଗୁଳି କରି ହତ୍ୟା କରିଥିଲା । ତେବେ ହତ୍ୟାକାରୀ ପୋଲିସକୁ ବିଭ୍ରାନ୍ତ କରିଥିବା ବେଳେ ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ପୋଲିସର ଜଣେ ଅଧିକାରୀ କହିଛନ୍ତି ।