ମୁମ୍ବାଇ : ବିଗ ବସ୍ ଲେଡି ଦୀପିକା ପାଦୁକୋନ୍ ଙ୍କୁ ଯେଉଁମାନେ ଜାଣନ୍ତି , ସେମାନେ ହିଁ ଦୀପିକାଙ୍କ ଅସଲ ପରିଚୟ ଦେଇପାରିବେ | ଅର୍ଥାତ ତାଙ୍କୁ କେହି ଟ୍ରୋଲ କରିବାକୁ ଚେଷ୍ଟା କରନ୍ତି ସେମାନଙ୍କୁ ସେ ଭଦ୍ରାମିର ସହ ଏଭଳି ଜବାବ ଦିଅନ୍ତି ଯେ ସେ ଟ୍ରୋଲ କରୁଥିବା ଲୋକ ପାଇଁ ସାରା ଜୀବନ ଅଭୁଲା ରହିଯାଏ |
ଦୀପିକା ତାଙ୍କ ସୋସିଆଲ ମିଡିଆରେ ସେତେଟା ଇଣ୍ଟରାକ୍ଟିଭ୍ କରନ୍ତିନି | ବୋଧହୁଏ ଏହାର ଫାଇଦା ନେଇ ଜଣେ ଅଭିନେତ୍ରୀ ତାଙ୍କୁ କ୍ରମାଗତ ଭାବେ ଟ୍ରୋଲ କରିବାକୁ ଲାଗିଲେ | ଦୁର୍ବ୍ୟବହାରର ମାତ୍ର ଏତେ ବଢି ଯାଇଥିଲା ଯେ ବାଧ୍ୟ ହେଇ ଦୀପିକା ଶନିବାର ଦିନ ସେ ଟ୍ରୋଲ କରିଥିବା ଅଭିନେତ୍ରୀଙ୍କୁ ଏକ ସିଧାସଳଖ ବାର୍ତ୍ତା ପଠାଇବା ପରେ ତାର ସ୍କ୍ରିନସଟ ନେଇ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ଦୀପିକା |
ଦୀପିକା ପାଦୁକୋନ୍ ଟ୍ରୋଲ କରିଥିବା ଅଭିନେତ୍ରୀଙ୍କୁ କଟାକ୍ଷ କରି ଲେଖିଛନ୍ତି, “ବାଃ , ଚମତ୍କାର | ତୁମ ପରିବାର ଏବଂ ସାଙ୍ଗମାନେ ନିଶ୍ଚୟ ତୁମ ପାଇଁ ଗର୍ବ କରୁଥିବେ ,” ଏହି ଉଦେଶ୍ୟରେ ଗୋଟେ ଛୋଟ କରତାଳି|
ଦୀପିକା ପାଦୁକୋନ ବଲିଉଡର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ତଥା ସଫଳତମ ସେଲିବ୍ରିଟିମାନଙ୍କ ମଧ୍ୟରୁ ଅନ୍ୟତମ | ସେ ୨୦୦୭ ରେ ‘ଓମ ଶାନ୍ତି ଓମ’ ରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ | ଚଳଚ୍ଚିତ୍ରରେ ଅଭିନୟ ବ୍ୟତୀତ ଦୀପିକା ସୁସ୍ଥ ମାନସିକତା ପାଇଁ ସଚେତନତା ବାର୍ତ୍ତା ମଧ୍ୟ ପ୍ରଚାର କରନ୍ତି | ୨୦୧୫ ରେ, ସେ ‘ଲାଇଭ୍ ଲଭ୍ ହସ ଫାଉଣ୍ଡେସନ୍’ ନାମକ ଏକ ଫାଉଣ୍ଡେସନ୍ ସ୍ଥାପନ କରିଛନ୍ତି ଯାହା ଅତ୍ୟଧିକ ଚାପ, ଚିନ୍ତା ଏବଂ ଉଦାସୀନତା ବିଷୟରେ ସଚେତନତା ସୃଷ୍ଟି କରେ | ସେ ସମସ୍ତଙ୍କୁ କଠୋର ଭାବରେ ପରାମର୍ଶ ଦିଅନ୍ତି ଯେ ନକାରାତ୍ମକତା ସେମାନଙ୍କ ଇନ୍ଦ୍ରିୟକୁ ସ୍ପର୍ଶ ନ କରୁ ଆଉ ସବୁବେଳେ ଛୋଟ ଛୋଟ ଜିନିଷରେ ସୁଖ ପାଇବାକୁ ଚେଷ୍ଟା କରନ୍ତୁ |
ହ୍ରିତିକ ରୋଶନ ଦୀପିକାଙ୍କୁ ନେଇ ‘ଫାଇଟର’ ନାମରେ ଏକ ନୂଆ ଚଳଚ୍ଚିତ୍ର ପାଇଁ ଘୋଷଣା କରିଥିଲେ। ଖବର ଅନୁଯାୟୀ ଏହା ଏକ ଗ୍ରାଣ୍ଡ ଆକ୍ସନ୍ ଫିଲ୍ମ ହେବାକୁ ଯାଉଛି | ହ୍ରିତିକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ଫାଇଟର’ ର ତିଜାର ସେୟାର କରିଛନ୍ତି, | ଏହି ଚଳଚିତ୍ର ୩୦ ସେପ୍ଟେମ୍ବର ୨୦୨୨ରେ ରିଲିଜ ର ଯୋଜନା ରହିଛି |
ଏହା ବ୍ୟତୀତ ଦୀପିକା ପାଦୁକୋନଙ୍କୁ କବୀର ଖାନଙ୍କ ‘୮୩’ ରେ ଦେଖିବାକୁ ମିଳିବ ଯେଉଁଠାରେ ସ୍ୱାମୀ ରଣଵୀର ସିଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିଶ୍ୱକପ ବିଜେତା କପିଲ ଦେବଙ୍କ ଭୂମିକାରେ ଅଭିନୟ କରିବେ | ଦୀପିକା କପିଲଙ୍କ ପତ୍ନୀ ରୋମି ଦେବ ଭୂମିକାରେ ଅଭିନୟ କରିଛନ୍ତି | ଏହା ବ୍ୟତୀତ ଦୀପିକାଙ୍କ ହାତରେ ରହିଛି ଆହୁରି ଅନେକ ଫିଲ୍ମ , ଯାହା ବଡ ବଡ ପ୍ରଡକ୍ସନ ହାଉସ ରେ ନିର୍ମାଣ ହେବାର ଯୋଜନା ରହିଛି |