ଲୁଟିବା ପାଇଁ ବ୍ୟକ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗେଇଲା ଲୁଟେରା,ଭିଡିଓ ଦେଖି ଲୋକେ ଛାନିଆ

ଭୁବନେଶ୍ୱର : ସୋସିଆଲ ମିଡିଆରେ ହୋଇଥିବା ଏକ ଭିଡିଓ ଦର୍ଶାଇଛି ଯେ ଜଣେ ବ୍ୟକ୍ତିଙ୍କୁ ଲୁଟିବା ପାଇଁ ଚେଷ୍ଟା କରୁଥିବା ଜଣେ ଲୁଟେରାକୁ ଶେଷରେ ଉତ୍ତମ ମଧ୍ୟମ ଖାଇବାକୁ ପଡିଛି । ଏହି ଘଟଣା ହେଉଛି କାଲିଫର୍ନିଆର San Leandro ର । ଜଣେ ବ୍ୟକ୍ତି ଘର ବାହାରେ ଥିବା ନିଜ କାର ନିକଟକୁ ଯାଉଥିବା ବେଳେ ପଛପଟୁ ଦୁଇଜଣ ବନ୍ଧୁକ ଧାରୀ ଲୁଟେରା ବ୍ୟକ୍ତିଙ୍କ ପାଖକୁ ମାଡିଆସିଥିଲେ। ଏହା ପରେ ଯାହା ଘଟିଲା ତାହା କେହି ବି ଆଶା କରିନଥିଲେ। ତା’ପରେ ବ୍ୟକ୍ତି ଜଣକ ଡକାୟତକୁ ପିଟିବା ଆରମ୍ଭ କରି ତଳେ ପକେଇଦେଇଥିଲେ ।

ଡକାୟତକୁ ତଳେ ପକାଇ ଦେବା ମାତ୍ରେ ସେ ପାଟି କରି କହିଥିଲା, “ହେ, ମୋତେ ଛାଡିଦିଅ।” ଦ୍ୱିତୀୟ ଡକାୟତ ମଧ୍ୟ ଦୂରରେ ଠିଆ ହୋଇ ଚିତ୍କାର କରି କହୁଥିଲା , ଆରେ, ତାଙ୍କୁ ଛାଡ଼ିଦିଅ।

 

View this post on Instagram

 

A post shared by Fifty Shades of Whey (@davenewworld_)


ଶେଷରେ ସେ ଡକାୟତକୁ ଛାଡିଦେଇଥିଲେ । ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଅଧିକାଂଶ ଦର୍ଶକ ସେହି ବ୍ୟକ୍ତିଙ୍କ ଆତ୍ମରକ୍ଷା କୌଶଳକୁ ବେଶ ପ୍ରଶଂସା କରୁଛନ୍ତି । ଏହି ଭିଡିଓ ଇନଷ୍ଟାଗ୍ରାମରେ ଦୁଇ ଲକ୍ଷରୁ ଅଧିକ ଥର ଦେଖାଯାଇଛି।