ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ | ଦିନ ଦ୍ୱିପ୍ରହରରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ |
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ନୟାପଲ୍ଲୀ ଭିଆଇପି ଏରିଆରେ ହତ୍ୟାକାରୀ ୨ ଜଣ ଓ ମୃତ ପିକ୍ଅପ୍ ଭ୍ୟାନ ଡ୍ରାଇଭର ଗୋଟିଏ ଗାଡ଼ିରେ ଥିଲେ | ଏମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହେବାରୁ ହାତାହାତି ହୋଇଥିଲେ | ଏକ ଧାରୁଆ ଅସ୍ତ୍ରରେ ପିକ୍ଅପ୍ ଭ୍ୟାନ ଡ୍ରାଇଭରଙ୍କ ବେକକୁ ଭୁଜାଲି ଓ ଫାର୍ସାରେ ହାଣି ପକାଇଲେ | ଡ୍ରାଇଭରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହ ଦୁଇ ଆକ୍ରମଣକାରୀ ଯୁବକଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିବା ପରେ ପୁଲିସ୍କୁ ହସ୍ତାନ୍ତର କରିଥିଲେ | ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି |
ରକ୍ତ ଜୁଡୁବୁଡୁ ଅବସ୍ଥାରେ ପିକ୍ଅପ୍ ଭ୍ୟାନ ଡ୍ରାଇଭରକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲେ ବି ତାର ମୃତ୍ୟୁ ହୋଇ ସାରିଥିଲା | ଲୋକଙ୍କ ଆକ୍ରମଣରେ ଦୁଇ ଗୁରୁତର ଆହତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |