ଅସହାୟଙ୍କ ପାଇଁ ପୁଣି ଆଗେଇ ଆସିଲେ ଅଭିନେତା ସବ୍ୟସାଚୀ, ଦେଖିପାରିଲେନି ମା ର ଦୁଃଖ

ଭୁବନେଶ୍ୱର: ଓଡିଆ ଶ୍ରମିକଙ୍କ ମୃତଦେହକୁ ଦୁବାଇରୁ ଆଣିଲେ ଅଭିନେତା ସବ୍ୟସାଚୀ ମିଶ୍ର । ଶେଷରେ ଗଞ୍ଜାମ ଖଲ୍ଲିକୋଟ ଥାନା ଖଜାପଲ୍ଲୀ ଗାଁକୁ ଆସିଲା ବଳରାମଙ୍କ ମୃତଦେହ । ଦୁବାଇରେ ଆତ୍ମହତ୍ୟା କରିଥିଲେ ଓଡିଆ ଶ୍ରମିକ ବଳରାମ ପ୍ରଧାନ । ମୃତ୍ୟୁର ୧୬ ଦିନ ପରେ ସବ୍ୟସାଚୀଙ୍କ ଉଦ୍ୟମ ଫଳରେ ଏହା ସମ୍ଭବ ହୋଇପାରିଛି ।

ଆଉ ସବ୍ୟସାଚୀଙ୍କ ଏଭଳି ଉଦ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ମୃତ ବଳରାମଙ୍କ ପରିବାର ଲୋକେ l ମିଳିଥିବା ସୂଚନା ଅନୁଯାଇ, ଗଂଜାମ ଜିଲ୍ଲା ଖଲିକୋଟ ସ୍ଥିତ ଖୋଜାପଲ୍ଲୀ ଗାଁ ର ବଳରାମ ପ୍ରଧାନ ଦେଢ଼ ବର୍ଷ ହେବ ଦୁବାଇର ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ l ହେଲେ ଜୁନ ୨୯ ତାରିଖ ସନ୍ଧ୍ୟାରେ ନିଜ ପରିବାର ଲୋକଙ୍କ ସହ କଥା ହେବା ପରେ ରାତି ୧୨ ଟା ବେଳକୁ ପୁଣି ଠାରେ ଏକ ଫୋନ କଲ ଆସିଥିଲେ l

https://www.instagram.com/p/CCthXcAg5Qd/

ଖବର ପହଁଚିଲାଥିଲା ଯେ ବଳରାମ ଆଉ ଏ ଦୁନିଆରେ ନାହାନ୍ତି l ଏ କଥା ଶୁଣିବା ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଥିଲା l କାନ୍ଧ ବୋବାଳିରେ ଫାଟିପଡିଲା ପୁରା ଅଂଚଳ l ଗୋଟିଏ ପଟେ ମୃତ୍ୟୁର ଖବର ତ ଅନ୍ୟପଟେ ମରଶରୀରକୁ ଫେରାଇଆଣିବାର ଚିନ୍ତା ଘାରିଥିଲା ପରିବାର ଲୋକଙ୍କୁ l କାରଣ ପରିବାର ଲୋକଙ୍କ ପାଖରେ ନ ଥିଲା ଆର୍ଥିକ ସମ୍ଭଳ l

ଆଉ ଏ ସବୁ ସମସ୍ୟା ଜାଣିବା ପରେ ସବ୍ୟସଚି କାଳବିଳମ୍ବ ନ କରି ବଳରାମଙ୍କ ଭାଇ ଗଣେଶଙ୍କ ସହ ଯୋଗାଯୋଗ କରିଥିଲେ l ତାଙ୍କ ଠାରୁ ସବୁ କିଛି ପଚାରି ବୁଝିଲେ l ପୁଅ ପାଇଁ ମାର ଆକୁଳ ନିବେଦନ ଶୁଣି ବଳରାମଙ୍କ ମୃତ ଦେହକୁ ନିଜ ଭିଟାମାଟିକୁ ଫେରାଇ ଆଣିବାକୁ ଅଂଟା ଭିଡ଼ିଥିଲେ ସବ୍ୟସାଚୀ l ୧୬ ଦିନ ପରେ ଶେଷରେ ଓଡ଼ିଶାରେ ପହଞ୍ଚିଲା ବଳରାମଙ୍କ ମୃତଦେହ l ସବ୍ୟସାଚୀଙ୍କ ଏଭଳି ଉଦ୍ୟମକୁ ବଳରାମଙ୍କ ପରିବାର ଲୋକେ ଧନ୍ୟବାଦ ଜଣାଇଛନ୍ତି l