ଭୁବନେଶ୍ୱର: ଜାପାନର ମାସାଫୁମି ନାଗାସାକି ତାଙ୍କ ଜୀବନ କାଳରେ ଏପରି କିଛି କରିଛନ୍ତି ଯାହା ଆମମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ସ୍ୱପ୍ନରେ ଦେଖିପାରିବେ। ମାସାଫୁମି ନାଗାସାକି, ଜଣେ ୮୭ ବର୍ଷିୟ ଜାପାନୀ ବ୍ୟକ୍ତି, ଯାହା ‘ନାଗା ସାଧୁ’ ଭାବରେ ଜଣାଶୁଣା । ସେ ପ୍ରାୟ ତିନି ଦଶନ୍ଧି ଧରି ଏକ ଦ୍ୱୀପରେ ବିତାଇଛନ୍ତି।
୧୯୮୯ ରେ, ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କୁ ଛାଡି ଏକାକୀ ସୋଟୋବାନାରିକୁ ଚାଲିଗଲେ। ଜାପାନର ଶହେ କିଲୋମିଟର ଦକ୍ଷିଣରେ ଏକ କିଲୋମିଟର ଚଉଡା ଦ୍ୱୀପ ସୋଟୋବାନାରି, ଯେଉଁଠି ମଧୁର ଜଳ ପାଇବା କଷ୍ଟକର । ଏହି ଦ୍ୱୀପଟି ବହୁତ ସବୁଜ ଏବଂ ଘନ, କିନ୍ତୁ ଏଠାରେ କେହି ରହୁ ନଥିଲେ । ନାଗାସାକି ଏଠାରେ ଏକମାତ୍ର ବାସିନ୍ଦା ଥିଲେ। ଦ୍ୱୀପରେ କିଛି ଦିନ ବିତାଇବା ପରେ ନାଗାସାକି ଆଉ ଘରକୁ ଫେରିନଥିଲେ। ସେ ସୋଟୋବନାରୀରେ ଘର କରି ସେଠାରେ ୨୯ ବର୍ଷ କାଳ ଏକାକୀ ରହିଲେ।
୨୦୧୮ ରେ, ଯେତେବେଳେ ତାଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦ୍ର କୂଳରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିବା ପରେ ତାଙ୍କୁ ଦ୍ୱୀପରୁ ନିଆଯାଇଥିଲା । ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ । ୮୭ ବର୍ଷ ବୟସ୍କ ବ୍ୟକ୍ତି ଆଉ ସୋଟୋବନାରୀରେ ରୁହନ୍ତି ନାହିଁ । କିନ୍ତୁ ନିକଟରେ, ସେ ତାଙ୍କର ଘରକୁ ଶେଷ ଥର ପାଇଁ ଦେଖିବାର ଇଚ୍ଛା ପ୍ରକାଶ କରିଥିଲେ । ନାଗାସାକି ଚାରି ବର୍ଷ ଇଶିଗାକି ସହରରେ ରହିବା ପରେ ଜୁନ୍ ୧୬ ରେ ପୁନର୍ବାର ତାଙ୍କ ପୂର୍ବ ଘରକୁ ଚାଲିଯାଇଥିଲେ ।