ମୁମ୍ବାଇ: ଅଭିନେତା ନୱାଜୁଦ୍ଦିନ ସିଦ୍ଧିକିଙ୍କ ଉପରେ ଲାଗିଛି ଦୋଷାରୋପ | ପତ୍ନୀଙ୍କୁ ଯୌନ ଶୋଷଣ ଆଉ ଧୋକା ଦେବା ପରେ ବାସୋର୍ବ ପୋଲିସ ଷ୍ଟେସନରେ ଏକ କେଶ ଦାଏର କରିଛନ୍ତି ପତ୍ନୀ ଆଲିଆ | ଏଇ କିଛି ଦିନ ହେବ ନୱାଜୁଦ୍ଦିନ ଓ ତାଙ୍କ ଭାଇ ମାନସିକ ଯନ୍ତ୍ରଣା ଦେଉଥିବାର ସେ କହିଛନ୍ତି |
ପୋଲିସ ରିପୋର୍ଟ ଅନୁଯାୟୀ, ନୱାଜୁଦ୍ଦିନ ସିଦ୍ଧିକିଙ୍କ ପତ୍ନୀ ଆଲିଆ ନିଜ ସ୍ୱାମୀଙ୍କ ବିରୁଦ୍ଧରେ ବାସୋର୍ବ ପୋଲିସ ଷ୍ଟେସନରେ ଏକ ଲିଖିତ ବୟାନ ଦେଇଛନ୍ତି | ସେ ବୟାନରେ ଲେଖିଛନ୍ତି ଯେ, ‘ନୱାଜୁଦ୍ଦିନ ତାଙ୍କୁ ଦୀର୍ଘ ଦିନ ହେବ ଧୋକା ଦେବା ସହ ଅନେକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ ‘ | ଖୁବ ଶୀଘ୍ର ପ୍ରାଥମିକ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହେବା ସହ ଆଲିଆଙ୍କ ଓକିଲ ଏକ ବୟାନ ଜାରି କରିଛନ୍ତି |
ସେ ଲେଖିଛନ୍ତି ମୋ ମହକିଲ ଆଲିଆ ବାସୋର୍ବ ପୋଲିସ ଷ୍ଟେସନରେ ଯୌନ ଶୋଷଣ ଆଉ ଧୋକା ଦେବା ପାଇଁ ଏକ କେଶ କରିଛନ୍ତି | ଆଶା କରୁଛୁ ଖୁବ ଶୀଘ୍ର ଏହାର ପ୍ରାଥମିକ ତଦନ୍ତ ଆରମ୍ଭ ହେବ | ଏହି ବୟାନ ଉପରେ ନୱାଜୁଦ୍ଦିନ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି |
ନୱାଜୁଦ୍ଦିନଙ୍କ ଭାଇ ସମ୍ସ ଉପରେ ଆଲିଆ କଥିତ ଭାବେ ଆରୋପ କରିଛନ୍ତି ଯେ, ”ସମ୍ସ ମୋତେ ମାନସିକ ଭାବେ ନିର୍ଯ୍ୟାତନା ଦେଇଛନ୍ତି” |ଆଲିଆଙ୍କ ଆରୋପ ପରଠାରୁ ସମ୍ସ ଗାୟବ ହେଇଯାଇଛନ୍ତି | ଗାୟବ ହେବ ପୂର୍ବରୁ ସମ୍ସ କହିଥିଲେ କି ଆଲିଆ ଟଙ୍କା ପାଇଁ ଏଭଳି ମିଛ ଆରୋପ କରୁଛନ୍ତି |
ଆଲିଆ କହିଛନ୍ତି ଯେ, ” ତାଙ୍କର ଗୋଟେ କମ୍ପାନୀ ଅଛି ଯାହାର ନାଁ- ମ୍ୟାଜିକ ଇଫ ଫିଲ୍ମସ ଏଲ ଏଲ ପି | ଯେଉଁଥିରେ ନୱାଜୁଦ୍ଦିନ, ଆଲିଆ ଓ ସମ୍ସ ଭାଗିଦାର ଅଛନ୍ତି | ମୋର ଏଥିରେ ୨୫ % ଭାଗିଦାରୀ ଅଛି |
ଯଦି ମୋର କମ୍ପାନୀର ଗୋଟେ ଫିଲ୍ମ ପାଇଁ ମୁଁ କିଛି ଟଙ୍କା ଉଦ୍ଧାର ନେଲି ତାହେଲେ ଏହା ସମ୍ସଙ୍କ ଟଙ୍କା କେମିତି ହେଲା ? ନିଜେ ତ ନୱାଜୁଦ୍ଦିନ ଟଙ୍କାରେ ଚଳୁଛନ୍ତି , ଯଦି ମୁଁ ମୋର ସ୍ୱାମୀଙ୍କୁ ଟଙ୍କା ମାଗିଲି ଆଉ ସେ ତାଙ୍କ ମ୍ୟାନେଜରଙ୍କ ଦ୍ୱାରା ଟଙ୍କା ଟ୍ରାନ୍ସଫର କଲେ ତାହେଲେ ସେ ସମ୍ସଙ୍କ ଟଙ୍କା କେମିତି ହେଲା ? ତାଛଡା ମୁଁ ନୱାଜୁଦ୍ଦିନଙ୍କ ପତ୍ନୀ ତାଙ୍କୁ କାହିଁକି ଟଙ୍କା ମାଗିବି ?