ବିଶ୍ୱାସ ନ ହେଲେ ବି ସତ, ଆମେରିକାରେ ୧୮ ଶହ ଟଙ୍କାର ବିକ୍ରି ହେଉଛି ନିମ୍ବ ଦାନ୍ତ କାଠି

ଭୁବନେଶ୍ୱର: ଭାରତରେ ଏମିତି ଅନେକ ଜିନିଷ ଅଛି ଯାହାକୁ ଆପଣ ମାଗଣାରେ ପାଇଥାନ୍ତି । ବିଶେଷକରି ଯଦି ଆମେ Chew Sticks ବା ନିମ୍ବ କାଠି ବିଷୟରେ କଥା ହେବା । ତେବେ ନିମ୍ବ ହେଉଛି ଏକ ଔଷଧୀୟ ଗଛ । ଏହାର ପତ୍ର,ଛେଲି,ନିମ୍ବ କଢ ଆଉ କାଠି ବହୁତ କାମରେ ଲାଗେ । ଭାରତରେ, ଆପଣ ଏହାକୁ କାହା ଘରେ କିମ୍ବା ରାସ୍ତା ପାର୍ଶ୍ୱରେ ଅତି ସହଜରେ ପାଇଥାନ୍ତି । କିନ୍ତୁ ବିଦେଶୀ ଦେଶରେ ଏହାର ଦାମ ଆକାଶ ଛୁଆଁ ।

ନିକଟରେ ଅନଲାଇନ୍ ରେ ବିକ୍ରି ହେଉଥିବା ନିମ୍ବ ଦାନ୍ତକାଠି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯାହାକି ଆମ ଦେଶର ମାଗଣାରେ ମିଳିଯାଉଛି ତାହା ବିଦେଶରେ ହଜାର ହଜାର ଟଙ୍କାରେ ବିକ୍ରି ହେଉଛି । ଆମେରିକା ଭଳି ଦେଶରେ ନିମ୍ବ ଦାନ୍ତକାଠିକୁ ଅନଲାଇନରେ ପ୍ରାୟ ୧୮ ଶହ ଟଙ୍କାରେ ବିକ୍ରି କରାଯାଉଛି।

ନିମ୍ ଟ୍ରି ଫାର୍ମ ନାମକ ଏକ ୱେବସାଇଟ୍ ରେ, ଆପଣ ଏହି ଦାନ୍ତକାଠିକୁ ପ୍ରାୟ ୧୮ ଶହ ଟଙ୍କାରେ ପାଇବେ ।ଆମାଜନରେ ଏହାର ମୂଲ୍ୟ ପ୍ରାୟ ୮୦୦ ଟଙ୍କା ଅଟେ । ଯଦି ଆପଣ ଏହାକୁ ଭାରତରେ ଅର୍ଡର କରନ୍ତି, ତେବେ ଏହା ଆପଣଙ୍କୁ ପ୍ରାୟ ୧୨୫୦ ଟଙ୍କା  ଲାଗିବ ।