Odia

ରୋମାନ୍ସରେ ଭରପୁର ”ଏ ସୁଇଟେବୁଲ ବୟ”

ମୁମ୍ବାଇ: ଅକ୍ଟୋବର ୨୩ରେ ଓଟିଟି ପ୍ଲାଟଫର୍ମରେ ଏକ ବଡ ଧରଣର ପ୍ରତିଯୋଗିତା ହେବାକୁ ଯାଉଛି l ନେଟଫ୍ଲିକ୍ସର ”ଏ ସୁଇଟେବୁଲ ବୟ” କୁ କଡା ଟକ୍କର ଦେବ ଆମାଜନ ପ୍ରାଇମର ମିର୍ଜାପୁର 2 l ମିରା ନାୟାର ନିର୍ଦ୍ଦେଶିତ ୱେବ୍ ସିରିଜ୍ ”ଏ ସୁଇଟେବୁଲ ବୟ” ରେ ଇଶାନ୍ ଖଟ୍ଟର ଏବଂ ତବୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି l ବିକ୍ରମ ସେଠଙ୍କ ଲୋକପ୍ରିୟ ଉପନ୍ୟାସ ଉପରେ ଆଧାରିତ ଏହି ୱେବ୍ ସିରିଜ୍ ରେ ଟାଇଟଲ ମଧ୍ୟ ସମାନ ରହିଛି l

ଜି ପ୍ଲେକ୍ସର ‘ଖାଲି ପିଲି ‘ ପରେ ଇଶାନ ଖଟ୍ଟର ପୁଣି ଥରେ ଡିଜିଟାଲ ପ୍ଲାଟଫର୍ମରେ ନିଜର ଶକ୍ତି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ l ନେଟଫ୍ଲିକ୍ସ ଏହି ସିରିଜର ଟ୍ରେଲର ରିଲିଜ କରିଛି l

ଇଂରାଜୀ ଭାଷାରେ ନିର୍ମିତ ଏହି ସିରିଜ୍ ପୂର୍ବରୁ ବ୍ରିଟେନ ଏବଂ ଆୟର୍ଲାଣ୍ଡର ବିବିସିରେ ପ୍ରସାରିତ ହୋଇଥିଲା l ଏବେ ଅକ୍ଟୋବର ୨୩ରେ ନେଟଫ୍ଲିକ୍ସରେ ଉପଲବ୍ଧ ହେବ l

”ଏ ସୁଇଟେବୁଲ ବୟ”ର କାହାଣୀ ସେହି ଯୁଗରେ ସ୍ଥାପିତ ହୋଇଛି ଯେତେବେଳେ ଭାରତ ବ୍ରିଟିଶ ଶାସନରୁ ସ୍ୱାଧୀନତା ହାସଲ କରିଥିଲା l ଏହି କାହାଣୀଟି ଝିଅ ଲତା ଏବଂ ତାଙ୍କ ମାଆଙ୍କ ଚାରିପାଖରେ ଘୁରି ବୁଲୁଛି, ଯିଏ ତାଙ୍କ ବିବାହ ପାଇଁ ପୁଅ ଖୋଜୁଛି l ଲତା ସାହିତ୍ୟର ଛାତ୍ର l

ନିଜ ପାରିବାରିକ ଦାଇତ୍ୱ ଏବଂ ପ୍ରେମର ରୋମାନ୍ସ ପ୍ରତି ଥିବା ଆଗ୍ରହ ୟାରୀ ମଧ୍ୟ ଦେଇ ଲତା ଗତି କରନ୍ତି, ଯେଉଁଠାରେ ହୃଦୟ ଭାଙ୍ଗିବାର ସମ୍ଭାବନା ଥାଏ l ଲତାଙ୍କ ଜୀବନରେ ତିନିଜଣ ପୁରୁଷ ଆସନ୍ତି, ଯେଉଁମାନେ ତାଙ୍କ ହୃଦୟ ଜିତିବାକୁ ଚେଷ୍ଟା କରନ୍ତି l

View this post on Instagram

Just another day of hustle in the haveli 🎬✨💕🧕🏼 with the beauteous bunch on the bench @tabutiful @ishaankhatter @itsvijayvarma and our capital crew 💪🏽⚡️🎥 #ASuitableBoy premieres 23rd October, only on Netflix. #MiraNair #VikramSeth #SaeedaBai #Tasneem #MaanKapoor #Rasheed ————————————————————— @netflix_in @pagliji, @tabutiful, @ishaankhatter, @tanyamaniktala, @iamramkapoor, @pathakvinay, @itsvijayvarma, @shahanagoswami, @mahirakakkar, @namitdas, @ranvirshorey, @rasikadugal, @manoj_pahwa29, @therealvivaanshah, @randeephooda, @mikhail.sen, @joyeeta_dutta @danesh.razvi #VikramSeth #GaganDevRiar #VivekGomber #ShubhamSaraf #AameerBashir #KulbhushanKharbanda

A post shared by Joyeeta Dutta (@joyeeta_dutta) on

ଏହି କାହାଣୀରେ ମାନ୍ କପୁର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅବତୀର୍ଣ୍ଣ l ଯାହାର ରୋମାଂଚଭରା ସମ୍ପର୍କ ତାଙ୍କ ପିତାଙ୍କ ରାଜନୈତିକ କ୍ୟାରିଅରକୁ ବିପଦରେ ପକାଏ l ଲତା ଏବଂ ମନ୍ ସହିତ ଭାରତର ଭବିଷ୍ୟତ ମଧ୍ୟ ବଦଳୁଛି l ଦେଶରେ ନୂଆ କରି ସ୍ୱାଧୀନତାର ସ୍ପର୍ଶରେ ସମସ୍ତେ ବିଭୋର, ଏହାରି ମଧ୍ୟରେ ପ୍ରଥମ ସାଧାରଣ ନିର୍ବାଚନ ହେବାକୁ ଯାଉଛି l

ମାନ୍ କପୁରଙ୍କ ଭୂମିକାରେ ‘ଇଶାନ ଖଟ୍ଟର’ ଥିବାବେଳେ ‘ତବୁ’ ସାଇଦା ବାଇ ଭୂମିକାରେ ଅଛନ୍ତି l ଏହି ଦୁଇଜଣଙ୍କ ମଧ୍ୟରେ ଏକ ରୋମାଣ୍ଟିକ୍ ସମ୍ପର୍କ ଦେଖାଯାଏ l ଲତାଙ୍କ ଭୂମିକାରେ ତାନିଆ ମାଣିକତ୍ଲା ଅଛନ୍ତି l ଏହି ୱେବ୍ ସିରିଜ୍ ରେ ରସିକା ଡଗଲ, ରାମ କପୁର, ଭିଭାନ ଶାହା, ନମିତା ଦାସ, ରଣବିର ଶୋରେ, ବିଜୟ ଧର୍ମା, ବିନୟ ପାଠକ , ମନୋଜ ପହୱା ଏବଂ ବିଜୟ ରାଜଙ୍କ ଭଳି ବଳିଷ୍ଠ କଳାକାରମାନେ ଅଭିନୟ କରୁଛନ୍ତି l ଏହି ୱେବ୍ ସିରିଜ୍ ୧୦ ଟି ଏପିସୋଡରେ ପ୍ରସାରିତ ହେବ l

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close