ଭୁବନେଶ୍ୱର : ଦେଶର ଅଗ୍ରଣୀ ବାଇକ୍ ନିର୍ମାତା ରୟାଲ ଏନଫିଲ୍ଡ ଏହାର ପୋର୍ଟଫୋଲିଓରେ ଗୋଟିଏ ପରେ ଗୋଟିଏ ବାଇକ୍ ସାମିଲ କରୁଛି । ଏହା ସହିତ କମ୍ପାନୀ ଅନେକ ବାଇକ୍ ର ପରବର୍ତ୍ତୀ ମଡେଲ୍ ଉପରେ ମଧ୍ୟ କାର୍ଯ୍ୟ କରୁଛି । ଏହାରି ମଧ୍ୟରେ ରୟାଲ ଏନଫିଲ୍ଡ ୫ ଟି ନୂଆ ବାଇକ୍ ଆଣିବାକୁ ଯୋଜନା କରୁଥିବା ଜଣାପଡିଛି । ରୟାଲ୍ ଏନ୍ଫିଲ୍ଡର ଆଗାମୀ ନୂତନ ବାଇକ୍ 350 ସିସିରୁ 650 ସିସି କ୍ଷମତା ବିଶିଷ୍ଟ ହେବ ।
ରୟାଲ୍ ଏନଫିଲ୍ଡ ହଣ୍ଟର୍
କମ୍ପାନୀ ତାହାର ଆଗାମୀ ବାଇକ୍ ରେ 350 ସିସି କ୍ଷମତା ବିଶିଷ୍ଟ ଏକ ଇଞ୍ଜିନ୍ ବ୍ୟବହାର କରିବ । ଏହି ବାଇକ୍ ବର୍ତ୍ତମାନର ବାଇକ୍ କ୍ଲାସିକ୍ 350 ଅପେକ୍ଷା ଅଧିକ କମ୍ପାକ୍ଟ ହେବ । କମ୍ପାନୀ ଆସନ୍ତା ବର୍ଷ ଏହି ବାଇକ୍ ଲଞ୍ଚ କରିପାରେ ।
ରୟାଲ୍ ଏନଫିଲ୍ଡ କ୍ଲାସିକ୍ 350
କମ୍ପାନୀ ଏହାର ବର୍ତ୍ତମାନର ବାଇକ୍ କ୍ଲାସିକ୍ 350 ର ପରବର୍ତ୍ତୀ ମଡେଲ୍ ଉପରେ କାମ କରୁଛି, ଯାହା କମ୍ପାନୀ ଆସନ୍ତା ବର୍ଷ ବଜାରରେ ପରିଚିତ କରପାରେ । ସୂଚନା ଅନୁଯାୟୀ, କମ୍ପାନୀ ଏହି ବାଇକ୍ କୁ J1-349 ମୋଟର ପ୍ଲାଟଫର୍ମରେ ପ୍ରସ୍ତୁତ କରିପାରେ , ଯେଉଁଥିରେ ନାଭିଗେଟର୍ ଫିଚର୍ସ ଦେଇପାରେ ।
ରୟାଲ୍ ଏନଫିଲ୍ଡ ରୋଡଷ୍ଟାର୍
ରୟାଲ ଏନଫିଲ୍ଡ ଆସନ୍ତା ବର୍ଷ ଏହି ବାଇକକୁ ବଜାରରେ ଲଞ୍ଚ କରିବା ନେଇ ଯୋଜନା କରୁଛି , ଯାହାର ନାମ ‘ରୋଡଷ୍ଟର’ ହୋଇପାରେ। ନିକଟରେ ଏହି ବାଇକ୍ ପରୀକ୍ଷା ସମୟରେ ଦେଖିବାକୁ ମିଳିଥିଲା ।
ରୟାଲ୍ ଏନ୍ଫିଲ୍ଡ ସୁଟଗନ୍
କମ୍ପାନୀ ନୂଆ ବାଇକ୍ ପାଇଁ କିଛି ଦିନ ପୂର୍ବରୁ ସୁଟଗନ୍ ନାମରେ ପଞ୍ଜୀକୃତ କରିଛି । ଏହା କୁହାଯାଉଛି ଯେ ଏହା ଏକ ନୂତନ କ୍ରୁଜର ବାଇକ୍ ହେବ ଯାହା କମ୍ପାନୀ ଦ୍ୱାରା ପରିଚିତ ହେବ। ରେଟ୍ରୋ ଷ୍ଟାଇଲିଂ ଏବଂ ଥିମ୍ ସହିତ ସୁସଜ୍ଜିତ ଏହି ବାଇକ୍ ଚଳିତ ବର୍ଷ ବିଶ୍ୱ ବଜାରରେ ଲଞ୍ଚ କରିପାରେ ।
ରୟାଲ୍ ଏନଫିଲ୍ଡ ସ୍କ୍ରାମ
କମ୍ପାନୀ ନିକଟରେ ”Scram”ର ଏକ ଟ୍ରେଡ୍ ମାର୍କ ଦାଖଲ କରିଛି । ‘ସ୍କ୍ରାମ’ ଶବ୍ଦର ଅର୍ଥ ହେଉଛି ଦ୍ରୁତ ଗତିରେ ଚାଲିବା କିମ୍ବା ଚଲାଇବା, ଯାହା ଏହି ସ୍କ୍ରାମବ୍ଲର୍ ବାଇକ୍ ପାଇଁ ଏକ ଉତ୍ତମ ନାମ ହେବ । କମ୍ପାନୀ ଏହି ବାଇକ୍ ରେ 650 ସିସି ଇଞ୍ଜିନ୍ ବ୍ୟବହାର କରିପାରେ ।