ଭୁବନେଶ୍ୱର: ଖୁବ ଶୀଘ୍ର ହୋଣ୍ଡା ତାର ନୂଆ ସ୍ପୋର୍ଟ୍ସ ବାଇକ୍ CBR150R କୁ ଭାରତରେ ଲଞ୍ଚ କରିପାରେ। CBR150R ର ଡିଜାଇନ୍ CBR ମୋଟରସାଇକେଲ୍ ଭଳି ହୋଇପାରେ, ଯାହା ତୀକ୍ଷ୍ଣ ଏବଂ ଏରୋଡାଇନାମିକ୍ ବଡି ପ୍ୟାନେଲ ସହିତ ଦଖିବାକୁ ମିଳିବ।
ବାଇକ୍ ର ସମ୍ମୁଖ ଭାଗରେ ଡୁଆଲ୍ ଏଲଇଡି ହେଡଲ୍ୟାମ୍ପ, କମ୍ପାକ୍ଟ ୱିଣ୍ଡସ୍କ୍ରିନ୍, ସ୍ପୋର୍ଟି ରିଅର୍ ଭ୍ୟୁ ମିରର, ଲୋ-ସେଟ୍ ୱାଇଡ୍ ହ୍ୟାଣ୍ଡଲ୍ ବାର୍, ସମ୍ପୂର୍ଣ୍ଣ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କନସୋଲ୍, ସ୍କଲପଟେଡ୍ ଇନ୍ଧନ ଟ୍ୟାଙ୍କ ଏବଂ ଅପସ୍ୱେଟ୍ ଏକ୍ସଜଷ୍ଟ ଭଳି ଫିଚର୍ସ ଅନ୍ତର୍ଭୁକ୍ତ କରିପାରେ।
ନୂତନ CBR150R ରେ ଆପଣ 149cc ଇଞ୍ଜିନ ପାଇବେ । ହୋଣ୍ଡା CBR150R ର ଆନୁମାନିକ ମୂଲ୍ୟ ପ୍ରାୟ ୧.୬୦ ଲକ୍ଷ ହୋଇପାରେ ବୋଲି ଆଶା କରାଯାଉଛି । ହୋଣ୍ଡା CBR 150R ସିଧାସଳଖ Yamaha R15 V4 ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ଉଭୟ ବାଇକ୍ ପ୍ରାୟ ସମାନ ମୂଲ୍ୟ ମଧ୍ୟରେ ରହିପାରନ୍ତି । ସେମାନଙ୍କର ଡିଜାଇନ୍ ମଧ୍ୟ ପରସ୍ପରକୁ କଡା ଟକ୍କର ଦେବେ ।