ଭୁବନେଶ୍ୱର: ହୁଣ୍ଡାଇ ଇଲେକ୍ଟ୍ରିକ୍ କାର୍ ଗ୍ରାହକଙ୍କ ଠାରୁ ଏତେ ଜବରଦସ୍ତ ପ୍ରତିକ୍ରିୟା ପାଇଛି ଯେ କିଛି ଘଣ୍ଟା ମଧ୍ୟରେ ହଜାର ହଜାର ୟୁନିଟ୍ ପ୍ରି-ବୁକ୍ କରାଯାଇଥିଲା । ବିଶେଷ କଥା ହେଉଛି ଏହି କାରରେ ଆପଣ ୬୧୦ କିଲୋମିଟର ଅତି ସହଜରେ ଯାତ୍ରା କରିପାରିବେ।
ଚଳିତ ବର୍ଷ ଜୁଲାଇରେ ବୁସାନ୍ ମୋଟର ସୋ’ରେ ହୁଣ୍ଡାଇ ଆଇଓନିକ୍ ୬ (Hyundai Ioniq 6) ଉନ୍ମୋଚିତ ହୋଇଥିଲା। ମୂଲ୍ୟ ବିଷୟରେ କହିବାକୁ ଗଲେ ଏହାର ମୂଲ୍ୟ ପ୍ରାୟ ୩୧ ଲକ୍ଷ ଟଙ୍କା ଅଟେ। ଏହି ଇଲେକ୍ଟ୍ରିକ୍ ସେଡାନ୍ ଦୁଇଟି ବ୍ୟାଟେରୀ ୫୩.୦ kWh ଏବଂ ୭୭.୪ kWh ଉପଲବ୍ଧ । ହୁଣ୍ଡାଇ ଦାବି କରିଛି ଯେ କାରଟି ସମ୍ପୂର୍ଣ୍ଣ ଚାର୍ଜ କଲେ ୬୧୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଟପ୍ ମଡେଲ୍ ୫.୧ ସେକେଣ୍ଡରେ ୦-୧୦୦ କିଲୋମିଟରରେ ପହଞ୍ଚିବାକୁ ସକ୍ଷମ ବୋଲି ଦାବି କରାଯାଇଛି । ଏହି ଇଲେକ୍ଟ୍ରିକ୍ କାର୍ ମାତ୍ର ୧୮ ମିନିଟରେ ୧୦-୮୦ ପ୍ରତିଶତ ରିଚାର୍ଜ ହୋଇପାରିବ ବୋଲି କମ୍ପାନୀ ଦାବି କରିଛି ।