ଭୁବନେଶ୍ୱର: ଅଗଷ୍ଟ ୧୮ ରେ ମାରୁତି ସୁଜୁକି ନୂଆ ଅଲ୍ଟୋ K10 ଲଞ୍ଚ କରିବାକୁ ଯାଉଛି । ମାରୁତିର ଏହି ହ୍ୟାଚବ୍ୟାକ୍ କୁ ଗ୍ରାହକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ । ବର୍ତ୍ତମାନ କମ୍ପାନୀ ଏହାକୁ ଏକ ନୂଆ ଅବତାରରେ ମାର୍କେଟକୁ ଛାଡ଼ିଛି। ଆପଣ ଏହି କାର ରେ ଅନେକ ପରିବର୍ତ୍ତନ ହୋଇଥିବାର ଦେଖିବାକୁ ପାଇବେ ।
ମାରୁତି ସୁଜୁକି ଅଲ୍ଟୋ K10 ରେ ୧.୦ ଲିଟର, ତିନି ସିଲିଣ୍ଡର K10 ପେଟ୍ରୋଲ ଇଞ୍ଜିନ୍ ପାଇବେ । ଏହି ଇଞ୍ଜିନ୍ 66bhp ର ଶକ୍ତି ଏବଂ 89Nm ପର୍ଯ୍ୟନ୍ତ ଟର୍କ ଉତ୍ପାଦନ କରିବାରେ ସକ୍ଷମ ହେବ। ଇଞ୍ଜିନ୍ 5-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ଏବଂ ଏକ AMT ୟୁନିଟ୍ ସହିତ ଯୋଡ଼ା ଯାଇଛି । ମାରୁତି ସୁଜୁକି ଅଲ୍ଟୋ K10 କୁ ପୂର୍ବ ତୁଳନାରେ ନୂଆ ଡିଜାଇନ୍ ଦିଆଯାଇଛି। ଏଥିରେ ଏକ ନୂତନ ବମ୍ପର ଏବଂ ସ୍ୱିଟବ୍ୟାକ୍ ହାଲୋଜେନ୍ ହେଡଲ୍ୟାମ୍ପ ପାଇବେ। ପଛରେ ଏକ ନୂତନ ବମ୍ପର, ଲାଇଟ୍ ଏବଂ ଏକ ହାଇ ମାଉଁଟେଡ଼ ଷ୍ଟପ୍ ଲ୍ୟାମ୍ପ ପାଇବେ।
ନୂତନ ଅଲ୍ଟୋ K10 ରେ ୭ ଇଞ୍ଚର ଟଚସ୍କ୍ରିନ, ଷ୍ଟିଅରିଂ-ମାଉଣ୍ଟ କଣ୍ଟ୍ରୋଲ ସହିତ ଅନେକ ଫିଚର୍ସ ପାଇବେ। ଖବର ଅନୁଯାୟୀ, ନୂତନ ଅଲ୍ଟୋ K10 ର ମୂଲ୍ୟ ସାମାନ୍ୟ ଅଧିକ ହୋଇପାରେ। ଏହାର ଟପ୍ ଭାରିଆଣ୍ଟର ମୂଲ୍ୟ ୫.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ଅନୁମାନ କରାଯାଉଛି।