ଭୁବନେଶ୍ୱର : ଆଗାମୀ ଦିନରେ ରେନଲ୍ଟ ଡଷ୍ଟର ହୁଣ୍ଡାଇ କ୍ରେଟା, କିଆ ସେଲ୍ଟୋସ୍, ଟାଟା ହ୍ୟାରିଅର୍ ଏବଂ ମହିନ୍ଦ୍ରା XUV300 ପରି ମଧ୍ୟମ ଏସୟୁଭି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରସ୍ତୁତ ହେଉଛି । ନୂତନ ଲୁକ୍ ସହିତ ଏକ ଅପଡେଟ୍ ଡଷ୍ଟର୍ ଖୁବ ଶୀଘ୍ର ମାର୍କେଟରେ ଲଞ୍ଚ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ କମ୍ପାନୀ ଆନୁଷ୍ଠାନିକ ଭାବେ ଏ ବିଷୟରେ କୌଣସି ସୂଚନା ଦେଇନାହିଁ।
ରେନଲ୍ଟ ୨୦୧୨ ରେ ଭାରତରେ ଡଷ୍ଟର ଲଞ୍ଚ କରିଥିଲା ହେଲେ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ କମ୍ପାନୀ ଗାଡ଼ିରେ କୌଣସି ଅପଡେଟ୍ କରିନଥିଲା। ଟାଟା ମୋଟର୍ସ ଏବଂ ମହିନ୍ଦ୍ରା ପରି ଘରୋଇ କାର୍ କମ୍ପାନୀଗୁଡିକ ଏବଂ ଅନ୍ୟାନ୍ୟ ଘରୋଇ ତଥା ବିଦେଶୀ କମ୍ପାନୀଗୁଡିକ ଏସୟୁଭି ସେଗମେଣ୍ଟରେ ଏକରୁ ଅଧିକ କାର ଲଞ୍ଚ କରିଥିଲେ ମଧ୍ୟ ରେନଲ୍ଟ କିନ୍ତୁ ପଛରେ ରହିଯାଇଥିଲା ।
ରେନଲ୍ଟ ଡଷ୍ଟର ସମ୍ଭାବ୍ୟ ଫିଚର୍ସ ବିଷୟରେ କହିବାକୁ ଗଲେ, ତେବେ ଏଥିରେ ଆପଣ ବଡ଼ ଟଚ୍ ସ୍କ୍ରିନ୍, ଭେଣ୍ଟିଲେଟେଡ୍ ସିଟ୍, ସନ୍ଫ୍ରୁଫ୍, ଚାର୍ଜର, ସ୍ୱୟଂଚାଳିତ ଜଳବାୟୁ ନିୟନ୍ତ୍ରଣ, ଏୟାର ପ୍ୟୁରିଫାୟର୍ ଭଳି ଅନେକ ଫିଚର୍ସ ଦେଖିବାକୁ ପାଇବେ।