ଭୁବନେଶ୍ୱର: ଲଞ୍ଚ ହେଲା ବହୁ ପ୍ରତିକ୍ଷିତ ସ୍କୋଡା ର ୭ ସିଟ୍ ଇଲେକ୍ଟ୍ରିକ୍ କାର୍ ଭିଜନ 7S (Skoda Vision 7S) । ଏହି ଗାଡି ମାଧ୍ୟମରେ କମ୍ପାନୀ ଏହାର ନୂତନ ଡିଜାଇନ୍ ଦେଖାଇବାକୁ ଚେଷ୍ଟା କରିଛି । ସ୍କୋଡା ୨୦୨୬ ସୁଦ୍ଧା ତିନୋଟି ଇଲେକ୍ଟ୍ରିକ ଗାଡି ଲଞ୍ଚ କରିବାକୁ ଯୋଜନା ରଖିଛି ।
କମ୍ପାନୀ ପୁରୁଣା ଲୋଗୋକୁ ମଧ୍ୟ ହଟାଇ ଦେଇଛି, ବର୍ତ୍ତମାନ କମ୍ପାନୀର ନାମ (ସ୍କୋଡା) ସିଧାସଳଖ ଲେଖାଯାଇଛି। ସାମ୍ନାରେ ପାରମ୍ପାରିକ ଗ୍ରୀଲ୍ ବଦଳରେ ପିଆନୋ ବ୍ଲାକ୍ ପ୍ଲାଷ୍ଟିକ୍ ଦିଆଯାଇଛି । ଆଗ ଏବଂ ପଛରେ ଟି ଆକୃତିର ହେଡଲ୍ୟାମ୍ପ ଏବଂ ଟାଇଲମ୍ପ ରହିଛି। ଭିତରେ, ଆପଣ ଏକ ୧୪.୬-ଇଞ୍ଚ୍ ର ବଡ଼ ଟଚ୍ ସ୍କ୍ରିନ୍ ପାଇବେ।
ରିସାଇକ୍ଲିଡ୍ ସାମଗ୍ରୀ ବ୍ୟବହାର କରି ପୁରା କ୍ୟାବିନ୍ ତିଆରି କରାଯାଇଛି । ସିଟ୍ ପଛରେ ଏକ ବ୍ୟାକପ୍ୟାକ୍, ସ୍ମାର୍ଟଫୋନ୍ ଏବଂ ପାଣି ବୋତଲ ଟାଙ୍ଗିବା ପାଇଁ ଚୁମ୍ବକ ଦିଆଯାଇଛି। 89kWh ବ୍ୟାଟେରୀ ପୂର୍ଣ୍ଣ ଚାର୍ଜରେ ୬୦୦ କିଲୋମିଟର ପରିସର ଦେଇଥାଏ ବୋଲି କମ୍ପାନୀ ଦାବି କରିଛି।