ଭୁବନେଶ୍ୱର: ଅକ୍ଟୋବରରେ ଭାରତରେ ଭୋଲଭୋ ଲଞ୍ଚ କରିବ ତାର ପ୍ରଥମ ଇଲେକ୍ଟ୍ରିକ କାର XC40 ରିଚାର୍ଜ (XC40 Recharge)। ଗତ ବର୍ଷ ଦେଶରେ XC40 ରିଚାର୍ଜ ଇଭି ଲଞ୍ଚ କରିବାର ଥିଲା, କିନ୍ତୁ ସେମିକଣ୍ଡକ୍ଟର ଚିପ୍ସ ଅଭାବରୁ ଇଭେଣ୍ଟ ବିଳମ୍ବ ହୋଇଥିଲା ବୋଲି କମ୍ପାନୀ କହିଛି।
ପୂର୍ଣ୍ଣ ଚାର୍ଜ ପରେ ଏହା ୪୦୦ କିଲୋମିଟରରୁ ଅଧିକ ଦୂରତା ଯାତ୍ରା କରିବାକୁ ସକ୍ଷମ ହେବ ବୋଲି କମ୍ପାନୀ ଦାବି କରିଛି। ଭୋଲଭୋ XC40 ରିଚାର୍ଜ ଇଭି ୭୮ କିଲୋୱାଟ ବ୍ୟାଟେରୀ ପ୍ୟାକ୍ ଦ୍ୱାରା ଚାଳିତ ଏବଂ ୪.୭ ସେକେଣ୍ଡରେ ୧୦୦ କିଲୋମିଟର ବେଗରେ ପହଞ୍ଚିବାକୁ ସକ୍ଷମ ଅଟେ ।
ତେବେ ଭୋଲଭୋର XC40 ରିଚାର୍ଜ ଭାରତରେ ମର୍ସିଡିଜ୍ EQC, ଜାଗୁଆର I-Pace, Audi e-tron ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ।