Odia

ଓଡ଼ିଆ ଅଭିନେତା ବାହାରିଲେ କରୋନା ପଜିଟିଭ , କହିଲେ .. ସତର୍କତା ଅବଲମ୍ବନ କରନ୍ତୁ ସଭିଏଁ

ଭୁବନେଶ୍ୱର: ଓଡିଆ ଟିଭି ସିରିଏଲ “ତୋ ପାଇଁ ମୁଁ ” ର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଚିନ୍ମୟ ମିଶ୍ର କୋରନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ଅଭିନେତା ଚିନ୍ମୟ ନିଜେ ଟୁଇଟ୍ କରି ଜଣାଇଛନ୍ତି ।

ସେ ଟୁଇଟ୍ କରି କହିଛନ୍ତି, ଯେ “ମୁଁ COVID19 ପାଇଁ ପଜିଟିଭ୍ ପରୀକ୍ଷା କରିଥିଲି ଏବଂ ମୋ ରିପୋର୍ଟ ପଜିଟିଭ ବାହାରିଥିବା ଜଣାପଡିଛି । ଏହାପରେ ମୁଁ ହୋମ କ୍ୱାରେଣ୍ଟ।ଇନ ରେ ରହିଛି ଏବଂସରକାରଙ୍କ କୋରନା ନିର୍ଦ୍ଦେଶାବଳୀ ଅନୁଯାୟୀ ସାମାଜିକ ଦୂରତା ମଧ୍ୟ ବଜାୟ ରଖୁଛି ।

ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ,ଦୟାକରି ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ । ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ ବୋଲି ଅଭିନେତା ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Tags

Related Articles

Back to top button
Close