କ୍ୟାବିନେଟର ବଡ ନିଷ୍ପତ୍ତି , ନୂଆ ବିଭାଗ ‘ମିଶନ୍ ଶକ୍ତି’

ଭୁବନେଶ୍ୱର : ମିଶନ୍ ଶକ୍ତି ହେବ ରାଜ୍ୟ ସରକାରଙ୍କ ନୂଆ ବିଭାଗ | କ୍ୟାବିନେଟ୍ ରେ ୧୬ଟି ପ୍ରସ୍ତାବ ଉପରେ ଲାଗିଲା ମୋହର |

ଆଜିର କ୍ୟାବିନେଟ ବୈଠକରେ ମୋଟ ୧୬ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | ଏସବୁ ନିଷ୍ପତ୍ତି ଶକ୍ତି, କୃଷି ଓ କୃଷକ କଲ୍ୟାଣ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ,ଅବକାରୀ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ,ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଇସ୍ପାତ ଓ ଖଣି ବିଭାଗ ସହ ସମ୍ପର୍କିତ ବୋଲି ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି |

ରାଜ୍ୟରେ ୧୦ଟି ନୂଆ ମେଗା ଗ୍ରାମୀଣ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ମିଳିଛି | ଏ ସମସ୍ତ ପ୍ରକଳ୍ପ ଆଳି, ରାଜକନିକା, ଯାଜପୁର, ଚିଲିକା, ଟାଙ୍ଗି, ବାଣପୁର, ଖୋର୍ଦ୍ଧା, ଜଟଣୀ, ଗନ୍ଦିଆ, ଭୁବନ, ଗୋଲମିନ୍ଦା ଓ ବିଞ୍ଝାରପୁର ବ୍ଲକରେ ନିର୍ମାଣ କରାଯିବ | ତତ ସଂଗେ ସଂଗେ ସମ୍ବଲପୁର ଜିଲ୍ଲାର ୨୬ଟି ଗ୍ରାମ ପଞ୍ଚାୟତ ଓ ଝାରସୁଗୁଡ଼ା ଜିଲ୍ଲାର ୨ଟି ଗ୍ରାମ ପଞ୍ଚାୟତରେ ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମଂଜୁରୀ ମିଳିଛି | ସେହିପରି ବାଲେଶ୍ୱରର ରେମୁଣା ତହସିଲରେ ଏମ୍ସର ସାଟେଲାଇଟ କେନ୍ଦ୍ର ପାଇଁ ରାଜ୍ୟ ସରକାର ୨୫ ଏକର ଜମି ମଂଜୁର କରିଛନ୍ତି |