କେନ୍ଦ୍ର ମନ୍ତ୍ରୀ, ହାଇକୋର୍ଟ ବିଚାରପତି ,ସାଂସଦ ଓ ବିଧାୟକଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ମୋ ସ୍କୁଲ ଅଭିଯାନ ଦ୍ୱାରା ପୋଷ୍ୟ ସ୍କୁଲ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି | ଆଜି ରାଜ୍ୟର ୨ କେନ୍ଦ୍ର ମନ୍ତ୍ରୀ,ହାଇକୋର୍ଟର ବିଚାରପତି ଏବଂ ସବୁ ସାଂସଦ ଓ ବିଧାୟକଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |
ସର୍ବାଧିକ ୩ଟି ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି | ପୂର୍ବରୁ ୩୬ ଜଣ ଆଇଏଏସ ଏବଂ ଆଇପିଏସ ପୋଷ୍ୟ ସ୍କୁଲ ଗ୍ରହଣ କରିସାରିଥିବା ବେଳେ ଆଗକୁ ଆହୁରି ଅଧିକ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ଅଗ୍ରହ ଦେଖାଇଛନ୍ତି ।

ଭାରତ ଓ ଭାରତ ବାହାରେ ଥିବା ଓଡ଼ିଆମାନେ ନିଜର ପୁରାତନ ସ୍କୁଲ ସହିତ ସୁ-ସମ୍ପର୍କ ସ୍ଥାପନ କରିବା ସହ ବିଭିନ୍ନ ଗଠନମୂଳକ କାର୍ଯ୍ୟ କରିବା ହେଉଛି ମୋ ସ୍କୁଲ କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ | ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଏବଂ ଇଚ୍ଛୁକ ବ୍ୟକ୍ତି ବି ୧୦୦ ଟି ବିଦ୍ୟାଳୟରେ ହଜାର ଛାତ୍ରଛାତ୍ରୀଙ୍କୁ ପୌଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ପାଠପଢାର ସମସ୍ତ ଦାଇତ୍ୱ ବହନ କରିବେ |