ଭୁବନେଶ୍ୱର: ଟ୍ରାଫିକ ନିୟମ ଭାଙ୍ଗି ଫାଇନ ଗଣିଲେ ବିଧାୟକ। ବିନା ହେଲ୍ମେଟ୍ରେ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବୁଲୁଥିବା ବେଳେ କଟିଲା ଚାଲାଣ ।
ଶନିବାର ଦିନ ଗଣଶିକ୍ଷା ମନ୍ତ୍ରୀ ବାଲେଶ୍ବର ସହରର ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ । ଏହି ସମୟରେ ବିଧାୟକ ସ୍ବରୂପ ଦାସ ବାଇକ ଚଳାଉଥିବା ବେଳେ ତାଙ୍କ ପଛରେ ବସିଥିଲେ ମନ୍ତ୍ରୀ ସମୀର ଦାସ। ହେଲେ ଦୁଇ ଜଣଙ୍କ ମଧ୍ୟରୁ କେହି ମଧ୍ୟ ହେଲମେଟ ପିନ୍ଧି ନଥିଲେ । ଯାହାକୁ ନେଇ ତାଙ୍କର ଚାଲାଣ କଟାଯାଇଥିଲା । ପରେ ବିଧାୟକ ବାଲେଶ୍ବର ଟ୍ରାଫିକ ଥାନାକୁ ଯାଇ ୧୦୦୦ ଟଙ୍କା ଜୋରିମାନା ଭରିଥିଲେ ।