ଶନିବାର ବନ୍ଦ ରହିବ ଅଫିସ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ କର୍ମଚାରୀମାନେ ଘରୁ ରହି କାମ କରିବେ

ଭୁବନେଶ୍ୱର : କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦେଖି ପୁଣି ଏକ ଘୋଷଣା କରିଛନ୍ତି ରାଜ୍ୟସରକାର | ଶନିବାର ବନ୍ଦ ରହିବ ସରକାରୀ ଅଫିସ | ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରୁ ଅଫିସ୍ ନଆସିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ଘୋଷଣା କରିଛନ୍ତି |

ଦିନକୁ ଦିନ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର | ରାଜ୍ୟ ପ୍ରଶାସନ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି | ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ ସରକାରୀ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରୁ ଅଫିସ୍ ନଆସିବା ପାଇଁ ପରାମର୍ଶ ଦିଆଯାଇଛି |ଏହି କର୍ମଚାରୀମାନେ ମେ’ ୩୧ତାରିଖ ପର୍ଯ୍ୟନ୍ତ ଘରୁ ରହି କାମ କରିବେ | ଅତ୍ୟନ୍ତ ଜରୁରୀ କାମ ଥିଲେ ଟେଲିଫୋନ୍ ମାଧ୍ୟମରେ ଯୋଗାଯୋଗ କରି ସେମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି | ତତ ସଂଗେ ସଂଗେ ରାଜ୍ୟର ସମସ୍ତ ସରକାରୀ ଅଫିସ୍ ପ୍ରତି ଶନିବାର ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି |

ରାଜ୍ୟ ସରକାର ପୂର୍ବରୁ ଅଫିସଗୁଡ଼ିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହାଯାଇଥିଲା କିନ୍ତୁ ବଢୁଥିବା କୋଭିଡ ସଂକରଣକୁ ଦେଖି ସଂଶୋଧିତ ନିର୍ଦ୍ଦେଶନାମା ଜାରି ହୋଇଥିଲା | ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ବିଭାଗ ସମ୍ପୂର୍ଣ୍ଣ କର୍ମଚାରୀଙ୍କୁ ନେଇ ଚାଲିବ |ଯେପରିକି- ଅଗ୍ନିଶମ ସେବା,ପୋଲିସ ବିଭାଗ, ସ୍ୱାସ୍ଥ୍ୟ ସେବା,ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମା କାର୍ଯାଳୟ ଓ ମ୍ୟୁନିସପାଲ ସେବା ବିଭାଗ | ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ ଭଳି କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି |