ହାଇକୋର୍ଟ ଙ୍କ ରାୟ , ମହାମାରୀ ପାଇଁ କଟକରେ ହେବନି ଦୁର୍ଗା ପୂଜା !

କଟକ: ଓଡିଶାରେ ପ୍ରସିଦ୍ଧ ଦୁର୍ଗା ପୂଜା ପ୍ରତି ବର୍ଷ କଟକ ରେ ବହୁ ଭକ୍ତ ଗହଣ ରେ ମା” ଙ୍କ ପୂଜାଅର୍ଚନା ହୋଇଥାଏ । ବଜାର ଘାଟ ଚଳଚଞ୍ଚଳ ଓ ‘ମା’ ଙ୍କ ର ଦୁର୍ଗା ମେଢ଼ ମେଲଣ ଯାତ୍ରା ଏହି ବର୍ଷ ଫିକା ପଡ଼ିଯାଇଛି ।

ଚଳିତ ବର୍ଷ କଟକରେ ହେବନି ସାର୍ବଜନୀନ ଦୁର୍ଗା ପୂଜା । କଟକରେ ଦୂର୍ଗାପୂଜା ହେବ ନାହିଁ ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଏହା ଦ୍ୱାରା ସହରରେ ସମାଜିକ ଦୂରତ୍ୱ ରହିବ ନାହିଁ ବୋଲି କୋର୍ଟ କହିଛନ୍ତି ।

କୋଭିଡ ଗାଇଡ ଲାଇନ କୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକ ରେ ହେବ ନାହିଁ ଦୁର୍ଗାପୂଜା । ଚଳିତ ବର୍ଷ କୌଣସି ମଣ୍ଡପ ରେ ହେବ ନାହିଁ ଦୁର୍ଗାପୂଜା । ହାଇକୋର୍ଟ ରାୟ କୁ ଆଖି ଆଗରେ ରଖି ପୂଜାକୁ ବାରଣ କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

କଟକ ରେ ପୂଜା କଲେ ସହରରେ ରହିବ ନାହିଁ ସାମାଜିକ ଦୁରତ୍ୱ । ଏହାକୁ ଦୃଷ୍ଟିରେ ରଖି ପୂଜା ବନ୍ଦ ରଖିବା କୁ ନିଷ୍ପତ୍ତି ନିଆଯାଇଥିବା କଟକ ଜିଲ୍ଲାପାଳ ଭବାନି ଶଙ୍କର ଚୟନୀ ଙ୍କ ସୂଚନା । ଏଥର ଘରେ ରହି ପୂଜା କରିବେ ଲୋକେ ।

କରୋନା କଟକଣାରେ ମଣ୍ଡପ ସାଜସଜ୍ଜା ଓ ସାର୍ବଜନୀନ ସ୍ଥାନରେ ଏକତ୍ରିତ ହୋଇ ପୂଜା କରିବାକୁ ମନା କରାଯାଇଛି । ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।