ଭୁବନେଶ୍ୱର: ମାର୍କେଟ କୁ ଆସିଛି ନୂଆ ସ୍ମାର୍ଟଫୋନ୍, ଯାହାକି ମୋବାଇଲ୍ ଦୁନିଆରେ ଆତଙ୍କ ସୃଷ୍ଟି କରିଛି । Oukitel ସବୁଠାରୁ ଶକ୍ତିଶାଳୀ ବ୍ୟାଟେରୀ ସହିତ ସ୍ମାର୍ଟଫୋନ୍ ଲଞ୍ଚ କରିଛି, ଯାହାର ଚାର୍ଜ କ୍ରମାଗତ ତିନିମାସ ପର୍ଯ୍ୟନ୍ତ ରହିବ। ଚାଇନାର ସ୍ମାର୍ଟଫୋନ୍ ନିର୍ମାତା WP19 ନାମକ ଏକ ନୂତନ ସ୍ମାର୍ଟଫୋନ୍ ଘୋଷଣା କରିଛି, ଯେଉଁଥିରେ ଏକ ୨୧,୦୦୦mAh ବ୍ୟାଟେରୀ ଦିଆଯାଇଛି।
WP19 ଫୋନ୍ ୧୨୨ ଘଣ୍ଟା କ୍ରମାଗତ ଫୋନ୍ କଲ୍, ୧୨୩ ଘଣ୍ଟା ଅଡିଓ, ୩୬ ଘଣ୍ଟା ଭିଡିଓ ଏବଂ ୨୨୫୨ ଘଣ୍ଟା ଷ୍ଟାଣ୍ଡବାଇ ସମୟ ପ୍ରଦାନ କରିପାରିବ। ଏହି ବୃହତ ବ୍ୟାଟେରୀକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ପ୍ରାୟ ୪ ଘଣ୍ଟା ସମୟ ଲାଗିବ। ନୂତନ Oukitel ହେଉଛି ଏକ କଠିନ ସ୍ମାର୍ଟଫୋନ୍ ଯାହାକି ଧୂଳି ଏବଂ ଜଳରୁ ମଧ୍ୟ ରକ୍ଷା କରିବ ।
Oukitel WP19 ଏକ ୬୪ ମେଗାପିକ୍ସେଲ ପ୍ରାଥମିକ ସେନସର, ୨ ମେଗାପିକ୍ସେଲ ମାକ୍ରୋ କ୍ୟାମେରା ଏବଂ ୨୦ ମେଗାପିକ୍ସେଲ ସୋନି ନାଇଟ୍ ଭିଜନ୍ ଆଇଆର ମଡ୍ୟୁଲ୍ ମଧ୍ୟ ଦିଆଯାଇଛି । ଏହି ସମୟରେ, ଆଗରେ ୧୬ ମେଗାପିକ୍ସେଲ ସେଲଫି ସୁଟର ରହିଛି । ଏହା AliExpress ରେ ଉପଲବ୍ଧ ଏବଂ ଏହାର ମୂଲ୍ୟ ୫୭,୫୫୦ ଟଙ୍କା ରଖାଯାଇଛି।