ଭୁବନେଶ୍ୱର: ଦୁନିଆରେ ଅନେକ ଦେଶ ରହିଛି ଏବଂ ସେମାନଙ୍କର ଭିନ୍ନ ଭିନ୍ନ ନିୟମ ମଧ୍ୟ ରହିଛି । ଯଦି କୌଣସି ପ୍ରାଣୀ ହତ୍ୟା ହେତୁ ଜଣେ ବ୍ୟକ୍ତି ମରିଯାଏ, ତେବେ ତାଙ୍କୁ କୋର୍ଟ ଚାଲାଣ କରାଯିବ କି ? ଯଦିଓ ଏହା ଆମ ଦେଶରେ ଘଟେ ନାହିଁ, କିନ୍ତୁ ଆଫ୍ରିକୀୟ ଦେଶ ସୁଡାନରେ ଏହା ସମ୍ଭବ ।
ଦକ୍ଷିଣ ସୁଡାନରେ (South Sudan) ପୋଲିସ ଷଣ୍ଢ ଏବଂ ଏହାର ମାଲିକଙ୍କୁ ଗିରଫ କରିଛି। ମାଲିକ ଏଥିରେ ଦୋଷୀ ନୁହଁନ୍ତି, କିନ୍ତୁ ତାଙ୍କ ଗୋରୁମାନେ ୧୨ ବର୍ଷର ବାଳକକୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ଏକ ଷଣ୍ଢ ଶିଶୁକୁ ଏତେ ମାତ୍ରାରେ ଆକ୍ରମଣ କରିଥିଲା ଯେ ସେଠାରେ ନାବାଳକଟି ମୃତ୍ୟୁ ବରଣ କରିଥିଲେ। ଏହି ମାମଲାରେ ଗୋରୁମାନଙ୍କୁ ଜେଲରେ ରଖାଯାଇଥିବାବେଳେ ଏହାର ମାଲିକଙ୍କୁ ମଧ୍ୟ ଜରିମାନା କରାଯାଇପାରେ।