ଭୁବନେଶ୍ୱର: ରୁଷ ଏବଂ ୟୁକ୍ରେନ ମଧ୍ୟରେ ପାକିସ୍ତାନ ସାମ୍ନାରେ ଏକ ବଡ ସମସ୍ୟା ଦେଖା ଦେଇଛି। ଦୁଇ ଦେଶ ମଧ୍ୟରେ ହେଉଥିବା ଯୁଦ୍ଧର ପ୍ରଭାବ ସିଧାସଳଖ ଇମ୍ରାନ ଖାନ ସରକାର ଉପରେ ପଡୁଥିବାର ଦେଖିବାକୁ ମିଳୁଛୁ । ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ତେଲର ମୂଲ୍ୟ ବୃଦ୍ଧି ଯୋଗୁଁ ପାକିସ୍ତାନ ପେଟ୍ରୋଲିୟମ ସାମଗ୍ରୀର ଅଭାବର ସମ୍ମୁଖୀନ ହୋଇଛି । ଫଳରେ ପାକିସ୍ତାନ ପାଖରେ ଡିଜେଲ ମାତ୍ର ପାଞ୍ଚ ଦିନ ପାଇଁ ଷ୍ଟକ୍ ରହିଛି ।
ଏକ୍ସପ୍ରେସ ଟ୍ରିବ୍ୟୁନ(The Express Tribune) ଖବରକାଗଜର ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ବ୍ୟାଙ୍କଗୁଡ଼ିକ ମଧ୍ୟ ତୈଳ କମ୍ପାନୀଗୁଡ଼ିକୁ ଋଣ ଦେବାକୁ ମନା କରି ଦେଇଛନ୍ତି। ଯାହାଫଳରେ ଡିଜେଲର ଷ୍ଟକ୍ ହ୍ରାସ ପାଇବା ସହିତ ପାକିସ୍ତାନର ଇମ୍ରାନ ସରକାର ମଧ୍ୟ ଅସୁବିଧାରେ ଅଛନ୍ତି।