ରକ୍ଷକ ସାଜିଲା ଭକ୍ଷକ, ମାଗଣାରେ Burger ନ ଦେବାରୁ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ପାକିସ୍ତାନ ପୋଲିସକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି।  ମାଗଣାରେ Burger ଦେବାକୁ ମନା କରିବାରୁ ରେଷ୍ଟୁରାଣ୍ଟର ୧୯ ଜଣଙ୍କୁ ଅଟକ ରଖି ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ତାଲା ପକାଇ ରଖିଥିଲେ ପୋଲିସ । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସକୁ ସମାଲୋଚନା କରାଯାଉଛି।

‘ଗଲ୍ଫ ନ୍ୟୁଜ୍’ର ରିପୋର୍ଟ ଅନୁଯାୟୀ, ଲାହୋରର ‘ ଜନି ଆଣ୍ଡ ଯୁଗନ୍ନୁ ‘ନାମକ ଏକ ଖାଦ୍ୟ ଷ୍ଟଲକୁ ଯାଇ ପୋଲିସ ମାଗଣାରେ Burger ମାଗିଥିଲା ​​ଯାହାକୁ ରେଷ୍ଟୁରାଣ୍ଟ କର୍ମଚାରୀମାନେ ମନା କରିଦେଇଥିଲେ। କର୍ମଚାରୀମାନେ ପୋଲିସକୁ କହିଥିଲେ ଯେ ମାଗଣା Burger ଦେବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ଏହା ଶୁଣି ପୋଲିସ କର୍ମଚାରୀମାନେ ରାଗି ଯାଇଥିଲେ। ସେ ସଙ୍ଗେ ସଙ୍ଗେ ୧୯ ଜଣ କର୍ମଚାରୀଙ୍କୁ ଗିରଫ କରି ପୋଲିସ ଷ୍ଟେସନକୁ ଆଣି ତାଲା ପକାଇ ବନ୍ଦୀ କରି ରଖିଥିଲେ।

ଶନିବାର ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଉତ୍ତେଜନା ଦେଖାଦେବା ପରେ ବରିଷ୍ଠ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେ ସମସ୍ତ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ବରିଷ୍ଠ ପୋଲିସ ଅଧିକାରୀ ଇନମ ଘାନି (Inam Ghani) କହିଛନ୍ତି ଯେ, ଏଘଟଣା ଜଣାପଡିବା ପରେ ତୁରନ୍ତ ନଅ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେ କହିଛନ୍ତି ଯେ ଆଇନକୁ ନିଜ ହାତକୁ ନେବାକୁ କାହାକୁ ଅନୁମତି ନାହିଁ। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପାକିସ୍ତାନ ପୋଲିସକୁ ସମାଲୋଚନା କରାଯାଉଛି।