ଅନ୍‌ଲାଇନ୍‌ କ୍ଲାସ ବେଳେ ପଡିଲା ଅଶ୍ଳୀଳ ଫଟୋ, ପ୍ରଧାନ ଶିକ୍ଷକ ନାମରେ ଅଭିଯୋଗ ଆଣିଲେ ଅଭିଭାବକ

ଭୁବନେଶ୍ୱର: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସରକାର ଶିକ୍ଷାନୁଷ୍ଠାନ ଗୁଡ଼ିକ ଅଧିକ ଦିନ ଧରି ବନ୍ଦ ରଖିବାକୁ ବାଧ୍ୟ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୁଦ୍ଧା ସ୍କୁଲ ବନ୍ଦ ରହିଛି ।

ସ୍କୁଲ ବନ୍ଦ ଥିଲେ ବି ଅନଲାଇନ ଯୋଗେ ପାଠ ପଢା ହେଉଛି । ତେବେ ଅନଲାଇନ କ୍ଲାସବେଳେ ଗ୍ରୁପରେ ଅଶ୍ଳୀଳ ଫଟୋ ପଡ଼ିବା ନେଇ ଏକ ଅଭାବନୀୟ ଘଟଣା ଘଟିଛି । କଟକର ଏକ ପ୍ରତିଷ୍ଠିତ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଗ୍ରୁପରେ ଅଶ୍ଳୀଳ ଫଟୋ ପକାଇଥିବା ନେଇ ଅଭିଯୋଗ ହୋଇଛି ।

ଏନେଇ ଜଣେ ପୂର୍ବତନ କର୍ପୋରେଟର ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି । ତେବେ ଘଟଣା ବାବଦରେ କୌଣସି ଲିଖିତ ଅଭିଯୋଗ ଆସିନଥିବା ଜିଲ୍ଲାପାଳ କହିବା ସହ ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଏହିଭଳି ଅଶ୍ଳୀଳ ଫୋଟ ଛାଡିଥିବା ପ୍ରଧାନ ଶିକ୍ଷକଙ୍କ ଉପରେ ପୋଲିସ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର । ହ୍ୱାଟ୍ସଅପ ଗ୍ରୁପ ରେ ପଡିଥିବା ଅଶ୍ଳୀଳ ଲିଙ୍କ କୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।