ଭୁବନେଶ୍ୱର: ଷ୍ଟକ୍ ମାର୍କେଟର ଅନେକ ଷ୍ଟକ୍ ନିବେଶକଙ୍କୁ ଭଲ ରିଟର୍ନ ଦେଉଛି । ଅନେକ ପେନି ଷ୍ଟକ୍ ସେୟାର ନିବେଶକଙ୍କୁ ଅଳ୍ପ ସମୟ ମଧ୍ୟରେ ଲକ୍ଷପତି କରିଦେଇଛି । ଆଜି ଆମେ ଆପଣଙ୍କୁ ଏପରି ଏକ ଷ୍ଟକ୍ ବିଷୟରେ କହୁଛୁ, ଯାହାକି ନିବେଶକଙ୍କୁ ଧନୀ କରିପାରିଛି ।
ଷ୍ଟକ୍ ର ନାମ ହେଉଛି ଫ୍ଲୋମିକ୍ ଗ୍ଲୋବାଲ୍ ଲଜିଷ୍ଟିକ୍ (Flomic Global Logistics) । ଗୋଟିଏ ବର୍ଷରେ, ଏହି ଷ୍ଟକ୍ ନିବେଶକଙ୍କୁ ବିପୁଳ ରିଟର୍ଣ୍ଣ ଦେଇଛି । ଫେବୃଆରୀ ୮, ୨୦୨୧ ରେ ଫ୍ଲୋମିକ୍ ଗ୍ଲୋବାଲ୍ ଲଜିଷ୍ଟିକ୍ସର ସେୟାର ମୂଲ୍ୟ ମାତ୍ର ୨.୯୩ ଟଙ୍କା ଥିଲା । ୨୮ ଅକ୍ଟୋବର, ୨୦୨୧ ରେ ଏହି ଷ୍ଟକ୍ ୨୧୬.୩୦ ଟଙ୍କାରେ ପହଞ୍ଚିଥିଲା । ମୋଟାମୋଟି କହିବାକୁ ଗଲେ ଏହି ଷ୍ଟକ୍ ୪୮୦୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛି ।
ଯଦି ଜଣେ ନିବେଶକ ଗୋଟିଏ ବର୍ଷ ପୂର୍ବେ ଏହି ଷ୍ଟକ୍ ରେ ୫୦ ହଜାର ଟଙ୍କା ବିନିଯୋଗ କରିଥାନ୍ତେ, ତେବେ ଆଜି ସେ ୨୪ ଲକ୍ଷରୁ ଅଧିକ ଟଙ୍କା ପାଇଥାନ୍ତେ । ଫ୍ଲୋମିକ୍ ଗ୍ଲୋବାଲ୍ ଲଜିଷ୍ଟିକ୍ସର ପଞ୍ଜୀକୃତ କାର୍ଯ୍ୟାଳୟ ମୁମ୍ବାଇରେ ଅଛି । ଏହା ଗ୍ରାହକଙ୍କୁ ଲଜିଷ୍ଟିକ୍ ସମାଧାନ ପ୍ରଦାନ କରୁଥିବା ଏକ କମ୍ପାନୀ । ଏହି କମ୍ପାନୀର ବଜାର କ୍ୟାପ୍ ପ୍ରାୟ ୧୦୦ କୋଟି ଟଙ୍କା।