ଭୁବନେଶ୍ୱର: ପେଟ୍ରୋଲ ପମ୍ପ ବ୍ୟବସାୟ ଏକ ଲାଭଜନକ ବ୍ୟବସାୟ । ଭାରତରେ ପେଟ୍ରୋଲ ପମ୍ପ ପାଇଁ IOCL, BPCL, HPCL, Essar ଏବଂ Reliance ପରି ସରକାରୀ ଏବଂ ବେସରକାରୀ କମ୍ପାନୀଗୁଡିକ ଲାଇସେନ୍ସ ପ୍ରଦାନ କରନ୍ତି । ୨୧ ରୁ ୫୫ ବର୍ଷ ବୟସର ଯେକୌଣସି ବ୍ୟକ୍ତି ପେଟ୍ରୋଲ ପମ୍ପ ଲାଇସେନ୍ସ ନେଇପାରିବେ । ଯଦି କେହି ଗ୍ରାମାଞ୍ଚଳରେ ପେଟ୍ରୋଲ ପମ୍ପ ଖୋଲିବାକୁ ଚାହାଁନ୍ତି, ତେବେ ଲାଇସେନ୍ସ ପାଇଁ ସେ ଦଶମ ପାସ୍ ହେବା ଉଚିତ ଏବଂ ଯଦି କେହି ସହରାଞ୍ଚଳରେ ପେଟ୍ରୋଲ ପମ୍ପ ଖୋଲିବାକୁ ଚାହାଁନ୍ତି ତେବେ ବ୍ୟକ୍ତି ଜଣକ + ୨ ପାସ୍ କରିଥିବା ଦରକାର।
ପେଟ୍ରୋଲ ପମ୍ପ ଖୋଲିବା ପାଇଁ କେତେ ଅର୍ଥ ଆବଶ୍ୟକ ?
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗ୍ରାମାଞ୍ଚଳରେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ। ଅନ୍ୟପକ୍ଷରେ, ଯଦି ଆପଣ ସହରାଞ୍ଚଳରେ ପେଟ୍ରୋଲ ପମ୍ପ ଖୋଲିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୩୦-୩୫ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିପାରେ।
ପେଟ୍ରୋଲ ପମ୍ପଗୁଡିକ କିପରି ବଣ୍ଟନ କରାଯାଏ ?
ଇଣ୍ଡିଆନଏଲର ୱେବସାଇଟ୍ ଅନୁଯାୟୀ, ଫିଲ୍ଡ ଦଳ ଦ୍ୱାରା କରାଯାଇଥିବା ଅନୁସନ୍ଧାନକୁ ଆଧାର କରି କମ୍ପାନୀ ଯେକୌଣସି ସ୍ଥାନରେ ଖୁଚୁରା ଆଉଟଲେଟ୍ ପ୍ରତିଷ୍ଠା କରିଥାଏ। ଇଣ୍ଡିଆନ୍ ଅଏଲ୍ www.iocl.com ର ଅଫିସିଆଲ୍ ୱେବସାଇଟରେ ପେଟ୍ରୋଲ ପମ୍ପ ଖୋଲିବା ନେଇ ଆପଣ ନିର୍ଦ୍ଦେଶାବଳୀ ଦେଖିପାରିବେ।
ପେଟ୍ରୋଲ ପମ୍ପ କେତେ ଜମି ଆବଶ୍ୟକ ?
ଜାଣନ୍ତୁ ଯେ ପେଟ୍ରୋଲ ପମ୍ପ ଖୋଲିବାକୁ ହେଲେ ଜାତୀୟ ରାଜପଥରେ ସର୍ବନିମ୍ନ ୧୨୦୦ ବର୍ଗ ମିଟର ଜମି ରହିବା ଆବଶ୍ୟକ। ଏଥି ସହିତ ସହରାଞ୍ଚଳରେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ୮୦୦ ବର୍ଗ ମିଟର ଜମି ରହିବା ଉଚିତ। ଯଦି ଜମି ଆବେଦନକାରୀଙ୍କ ନାମରେ ନାହିଁ, ତେବେ ତାଙ୍କୁ ଅଧିକ ସମୟ ପାଇଁ ଜମିକୁ ଲିଜ୍ ନେବାକୁ ପଡିବ।