ବ୍ରାଜିଲର ଜଣେ ପ୍ଲେ-ବଏ ମଡେଲ ତାଙ୍କର କିଛି ଫଟୋ ଯୋଗୁଁ ବିବାଦ ଘେରରେ | ବାସ୍ତବରେ ଲ୍ୟୁଆନା ସାଣ୍ଡିଆନ୍ ଦୁବାଇ ମରୁଭୂମିରେ ଟପଲେସ୍ ଫଟୋ ଉଠାଇଥିଲେ | ଏହି ଫଟୋଗୁଡ଼ିକ ଭାଇରାଲ ହେବା ପରେ ତାଙ୍କୁ ଅନଲାଇନରେ ଧମକ ଦେଉଛନ୍ତି କିଛି ଲୋକେ କିନ୍ତୁ ମଡେଲ କହିଛନ୍ତି ଯେ ସେ କିଛି ଭୁଲ କରିନାହାଁନ୍ତି |
ଲ୍ୟୁଆନା ‘ଡେଲି ଷ୍ଟାର’ କୁ କହିଛନ୍ତି ଯେ ଏହା ମୋର ସବୁଠୁ ଭଲ ଫଟୋ ଏବଂ ଏଥିରେ କେହି ଲଜ୍ଜିତ ହେବେନାହିଁ | ମୁଁ ଜାଣିଥିଲି ଯେ,ଏ ଦେଶରେ ନଗ୍ନ ଫଟୋ ଉଠାଇବାକୁ ଠିକ୍ ବିବେଚନା କରାଯାଏ ନାହିଁ | ତେଣୁ ମୁଁ ମଧ୍ୟ ନିଜ ଶରୀରକୁ ଆଚ୍ଛାଦନ କରିବାକୁ ଚେଷ୍ଟା କରିଛି, କିନ୍ତୁ ଏହା ସତ୍ୱେ ବି କିଛି ଅନଲାଇନ୍ ଘୃଣାକାରୀ ଲୋକେ ମୋତେ ଧମକ ଦେଉଛନ୍ତି |
ତେବେ, ଅନଲାଇନ୍ ଧମକଦେଉଥିବା ଲୋକଙ୍କୁ ସେ ଜବାବ ଦେଇଛନ୍ତି | ଜଣେ ବ୍ୟକ୍ତି କହିଛନ୍ତି ଯେ ତୁମେ ଏପର୍ଯ୍ୟନ୍ତ କାହିଁକି ଗିରଫ ହୋଇନାହଁ? ଜବାବରେ ଲୁନା ଏହି ବ୍ୟକ୍ତିଙ୍କୁ ଟ୍ରୋଲ କରି କହିଥିଲେ | ମୋ ଚମତ୍କାରିତା କାରଣରୁ ଏସବୁ ସମ୍ଭବ ହେଇପାରିଛି | ଏହା ବ୍ୟତୀତ ଜଣେ ବ୍ୟକ୍ତି କହିଛନ୍ତି ଯେ, ପ୍ରତ୍ୟେକ ଦେଶରେ କିଛି ନୀତି ଓ ନିୟମ ଅଛି ଏବଂ ଯଦି ଆପଣ ସେଗୁଡିକ ଅନୁସରଣ କରୁନାହାଁନ୍ତି ତେବେ ନିଶ୍ଚିତ ଭାବରେ ଆପଣ ଅସୁବିଧାରେ ପଡିପାରନ୍ତି |
ଉଲ୍ଲେଖନୀୟ ବିଷୟ ହେଉଛି, ଏହା ପୂର୍ବର ଅନେକ ଦେଶ ଭଳି ଦୁବାଇରେ ସାର୍ବଜନୀନ ଶାଳୀନତାକୁ ଲୋକେ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ନିଅନ୍ତି , ଆଉ ଜନଗହଳି ସ୍ଥାନରେ ମହିଳାମାନେ ପ୍ରାୟତ ଆବୃତ ଓ ସୁନ୍ଦର ପୋଷାକ ପିନ୍ଧିଥାନ୍ତି | ଆଉ ସୁଇମିଙ୍ଗ ଡ୍ରେସ କେବଳ ସୁଇମିଙ୍ଗ ପୁଲ ସମୟରେ ପିନ୍ଧାଯାଏ | ଏହାପୂର୍ବରୁ ରିଅଲିଟି ଟିଭି ସୋ ”ଲଭ୍ ଆଇଲ୍ୟାଣ୍ଡ୍ ଷ୍ଟାର” ର ଜର୍ଜିଆ ଷ୍ଟିଲ୍ ମାଲଦ୍ୱୀପବାସୀଙ୍କ ଦ୍ୱାରା ବହୁ ସମାଲୋଚନାର ଶିକାର ହୋଇଥିଲେ କାରଣ ସେ ମାଳଦୀପ ଅଂଚଳରେ ଶୁଟ କରି ନିଜ ଇନଷ୍ଟାଗ୍ରାମ ରେ ପୋଷ୍ଟ କରିଥିଲେ |
ଏହି ମାମଲାରେ ”ଦି ସନ” ସହ କଥା ହେଲାବେଳେ ଜଣେ ସ୍ଥାନୀୟ ଲୋକେ କହିଛନ୍ତି ଯେ, ପଶ୍ଚିମ ଦେଶ ମାନଙ୍କରେ ଏଭଳି କଥା ତାଙ୍କୁ ଅଜବ ଲାଗିପାରେ କିନ୍ତୁ ଆମ ଦେଶକୁ ଆସି ଆମର ସଂସ୍କୃତି, ପରମ୍ପରାକୁ ନ ବୁଝିବା ମାନେ ଏଇୟା ଯେ , ସେମାନେ ଆମ ଦେଶକୁ ସମ୍ମାନ କରୁନାହାନ୍ତି | ସୋସିଆଲ ମିଡିଆର ଏହି ଷ୍ଟାରମାନଙ୍କ ପାଇଁ ମାଲଦ୍ୱୀପ ବା ଦୁବାଇ ସେମାନଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ପାଇଁ ଏକ ଉତ୍ତମ ପୃଷ୍ଠଭୂମି ହେଇପାରେ କିନ୍ତୁ ଏଭଳି କାର୍ଯ୍ୟ ପାଇଁ ସେମାନଙ୍କୁ ଜେଲ ଭୋଗିବାକୁ ମଧ୍ୟ ପଡିପାରେ |