ବନ୍ଧୁକଧାରୀ ଯୁବକକୁ କାବୁ କରିବା ପାଇଁ ପୋଲିସର ଅପରେସନ ଆରମ୍ଭ

ବଲାଙ୍ଗୀର : ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ | ଘରେ ପସିଛି ବନ୍ଧୁକଧାରୀ ଯୁବକ | ଶାନ୍ତିପଡାରେ ମଦନ ମୋହନଙ୍କ ଘରେ ଜଣେ ବନ୍ଧୁଙ୍କଧାରୀ ଯୁବକ ପସିଛି | ଅନ୍ୟ ଏକ କୋଠରୀରେ ପରିବାରର ସ୍ୱାମୀ, ସ୍ତ୍ରୀ ଓ ୧୫ ବର୍ଷର ପୁଅକୁ ଉଦ୍ଧାର କରିଛି ପୁଲିସ |

ସୂଚନା ଅନୁଯାୟୀ, ଜଣେ ଯବକ ଏକ ବାଇକରେ ଆସି ଶାନ୍ତିପଡାର ମଦନ ମୋହନ ହୋତାଙ୍କ ପରିବାରକୁ ବନ୍ଧୁକ ଦେଖାଇ ଧମକଚମକ ଦେବା ସହ ମଦନ ମୋହନଙ୍କ ଭାଣିଜୀ ବିଷୟରେ ପଚାରିଥିଲେ | ଠିକ ଏତିକି ବେଳେ ପରିବାର ଲୋକେ କୌଶଳ କ୍ରମେ ଯୁବକଙ୍କ ନିକଟରୁ ଖସିଯାଇ ଏକ କୋଠରୀକୁ ନିଜେ ଭିତରପଟୁ ବନ୍ଦ କରିଦେଲେ | ଏହି ସମୟରେ ପରିବାରର ଅନ୍ୟଜଣେ ବାହାରୁ ଆସି ବାହାରପଟୁ କବାଟ ଦେଇଥିଲେ | ଫଳରେ ଘର ପୋଟିକରେ ବନ୍ଧୁକଧାରି ଯୁବକ ଜଣକ ବନ୍ଦ ହୋଇ ରହିଛନ୍ତି | ପୋଲିସ କୁ ଖବର ପରେ ତୁରନ୍ତ ପୋଲିସ ଅଗ୍ନିଶମ ବାହିନୀଙ୍କୁ ଧରି ଘଟଣାସ୍ଥଳରେ ପହଂଚିଛନ୍ତି | ବଲାଙ୍ଗୀର ଏସଡିପିଓଙ୍କ ନେତୃତ୍ୱରେ ପ୍ରଥମେ ପରିବାରକୁ ଅତି ସତର୍କତାର ସହ ଝରକା ବାଟେ ଉଦ୍ଧାରକରିଛନ୍ତି | ବନ୍ଧୁକଧାରୀ ଯୁବକ ମଝିରେ ମଝିରେ ନିଜେ ଆତ୍ମହତ୍ୟା କରିବାକୁ ମାଢ଼ ଭିତରୁ ଥାଇ ଧମକ ଦେବା ପରେ ପୋଲିସ ବୁଲେଟ ପ୍ରୁଫ ଜାକେଟ ସହ ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି | ତେବେ କେଉଁ କାରଣରୁ ସେ ବନ୍ଧୁକ ଧରି ଆସିଥିଲେ ତାହା କିଛି ଜଣାପଡିନାହିଁ |