Odia

ନୟାପଲ୍ଲୀ ପୋଷ୍ଟ ଅଫିସରୁ କରୋନା ପଜିଟିଭ ବାହାରିଲେ ଅଫିସର, ଚିନ୍ତାରେ ଅଞ୍ଚଳବାସୀ

ଭୁବନେଶ୍ୱର: ଶୁକ୍ରବାର ଦିନ ଭୁବନେଶ୍ୱରର IRC village ରେ ଥିବା ଉପ-ପୋଷ୍ଟ ଅଫିସର ଜଣେ କର୍ମଚାରୀ କୋରନା ଆକ୍ରାନ୍ତ ହେବା ପରେ ଶୁକ୍ରବାର ସାମୟିକ ଭାବେ ପୋଷ୍ଟ ଅଫିସକୁ ବନ୍ଦ କରିଦିଆଯାଇଛି । ଭୁବନେଶ୍ୱର ଡିଭିଜନର ଡାକ ବିଭାଗର ବରିଷ୍ଠ ଅଧକ୍ଷକ ଏକ ଚିଠିରେ କହିଛନ୍ତି ଯେ କାର୍ଯ୍ୟାଳୟ ବନ୍ଦ ହେବା ପୂର୍ବରୁ ସମ୍ପୂର୍ଣ୍ଣ ପରିମଳ କରାଯାଇଛି।

କାର୍ଯ୍ୟାଳୟକୁ ତୁରନ୍ତ ପରିମଳ କରିବାକୁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) କୁ ମଧ୍ୟ ଅନୁରୋଧ କରାଯାଇଛି। ପ୍ରାଥମିକ ଭିତ୍ତିରେ IRC village ର ଥିବା ପୋଷ୍ଟ ଅଫିସର ସମସ୍ତ କର୍ମଚାରୀଙ୍କ ପାଇଁ COVID-19 ପରୀକ୍ଷା କରିବାକୁ କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯାଇଛି । ଯଦି ଆବଶ୍ୟକ ହୁଏ ତେବେ ଅନ୍ୟ କୌଣସି COVID ହସ୍ପିଟାଲରେ ଏହି ପରୀକ୍ଷା କରାଯିବ ବୋଲି ଏଥିରେ କୁହାଯାଇଛି ।

ରାଜଧାନୀ ଭୁବନେଶ୍ୱରରୁ ଗତକାଲି ଗୋଟିଏ ଦିନରେ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୯୩ଜଣ ସଂଗରୋଧ କେନ୍ଦ୍ରରେ ଥିବା ବେଳେ ୩୩ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୯କୁ ବୃଦ୍ଧି ପାଇଛି । ସେଥିରୁ ୮୦୫ ସୁସ୍ଥ ହୋଇଥିବା ବେଳେ ୬୬୫ଜଣ ଚିକିତ୍ସାଧିନ ଅଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ରାଜଧାନୀରେ ୧୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

Tags

Related Articles

Back to top button
Close