ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଶ୍ରୀଜେଶଙ୍କ ଗୋଲକିପିଂ ପ୍ରଶଂସନୀୟ। ଜର୍ମାନୀର ୯ରୁ ଅଧିକ ଗୋଲକୁ ଅଟକାଇବା ସହ ଦଳକୁ ବିଜୟ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଶ୍ରୀଜେଶ । ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ପାଇଁ ଜର୍ମାନୀ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଜର୍ମାନୀ ଖେଳାଳିମାନେ କ୍ରମାଗତ ଭାବେ ଗୋଲ ଦେଇ ଭାରତକୁ ହରେଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେମାନଙ୍କର ସମସ୍ତ ଶକ୍ତି ଏବଂ କୌଶଳ ଶ୍ରୀଜେଶଙ୍କ ଆଗରେ କାମ କରୁନଥିଲା । ଜର୍ମାନୀ ଖେଳାଳିମାନେ ସେମାନଙ୍କ ବାହୁର ସମସ୍ତ ଶକ୍ତି ପ୍ରୟୋଗ କରିଥିଲେ ମଧ୍ୟ ଗୋଲ ଦେବାରେ ସେତେଟା ସକ୍ଷମ ହୋଇନଥିଲେ। କାରଣ ଗୋଲ ପୋଷ୍ଟରେ ପ୍ରାଚୀର ଭଳି ଠିଆ ହୋଇଥିଲେ ଗୋଲ କିପର PR ଶ୍ରୀଜେଶ।
ଗୋଲପୋଷ୍ଟରେ କାନ୍ଥ ପରି ଠିଆ ହୋଇଥିବା ଶ୍ରୀଜେଶଙ୍କୁ ଦେଶ ଏବେ ‘ୱାଲ୍’ ବୋଲି କହିବା ଆରମ୍ଭ କରିଛି। ଜର୍ମାନୀର ୯ରୁ ଅଧିକ ଗୋଲକୁ ଅଟକାଇଥିଲେ ଶ୍ରୀଜେଶ।
ମ୍ୟାଚର ଶେଷ ମିନିଟରେ ଜର୍ମାନୀ ଦଳ ଏକ ପେନାଲ୍ଟି କର୍ନର ପାଇଥିଲା, କିନ୍ତୁ ଜର୍ମାନୀର ଖେଳାଳିମାନେ ଗୋଲ ଦେବାରେ ସଫଳ ହୋଇନଥିଲେ। ଏହି ସେବ ପରେ ଭାରତର ବିଜୟ ନିଶ୍ଚିତ ହୋଇଥିଲା। ଟୋକିଓ ଅଲିମ୍ପିକ୍ସରେ ଶ୍ରୀଜେଶ ତାଙ୍କ ଅଭିଜ୍ଞତାର ବହୁତ ଉପଯୋଗ କରିଥିଲେ । ପ୍ରତ୍ୟେକ ଥର ସେ ବଲକୁ ଭାରତୀୟ ଗୋଲ ପୋଷ୍ଟରୁ ଦୂରରେ ରଖୁଥିଲେ ।
ପ୍ରାୟ ୧୩ ବର୍ଷ ଧରି ଚାଲିଥିବା କ୍ୟାରିଅରରେ ଶ୍ରୀଜେଶ କେବଳ ଦଳକୁ ବଡ଼ ବିଜୟ ପାଇଁ ଆଗେଇ ନେଇନାହାଁନ୍ତି ବରଂ ନିଜକୁ ଜଣେ ମହାନ ଗୋଲକିପର ଭାବରେ ମଧ୍ୟ ପ୍ରମାଣିତ କରିଛନ୍ତି । ୪୧ ବର୍ଷ ପରେ ଦଳକୁ ପଦକ ଦେବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।